STORYMIRROR

Chinmaya Kumar Nayak

Others

3  

Chinmaya Kumar Nayak

Others

ବିଘ୍ନରାଜ ଆବାହନୀ

ବିଘ୍ନରାଜ ଆବାହନୀ

1 min
323

ବସୁଧା ପୀଡିତା ଆଜି ମହାବିଘ୍ନ ବିଷାକ୍ତ କବଳେ,

ଆସ ହେ ପ୍ରଥମେଶ୍ୱର ଭରିଦେଇ ସୁଧା ଏ ଅନିଳେ।


ବିଘ୍ନହାର୍ତ୍ତା ବୋଲି ସିନା, 

ଆକୁଳେ ଜଗତ ଡାକେ

ଆସ ପ୍ରଭୁ ବିଘ୍ନ କର ନାଶ,

ଗଣାଧକ୍ଷ ହେଲେ ମୌନ, 

ଭକ୍ତି ଶକ୍ତି କ୍ରିୟା ହୀନ

ଗଣେ ଯିବେ ଅଚିରେ ବିନାଶ।


ନାହିଁ ଆଜି ଆଡମ୍ବର, 

ନାହିଁ ଦର୍ପ ଅହଙ୍କାର

ବ୍ୟାକୁଳ ଅନ୍ତରେ ବିଶ୍ୱ ପ୍ରାର୍ଥନା ନିରତ,

ନାହିଁ ସ୍ଵର୍ଣ୍ଣ ସିଂହାସନ, 

ନାହିଁ ପଞ୍ଚ ଉପଚାର

ହୃଦୟ କମଳେ ପ୍ରଭୁ ହୁଅ ବିରାଜିତ।


ଦୂର ହେଉ ତମ ଘୋର, 

ସ୍ଥିତ ହେଉ ସଦାଚାର

ଶୁଦ୍ଧ ବିଦ୍ୟା, ବୁଦ୍ଧି ଜ୍ଞାନ ହେଉ ଉଦୟ,

ଦୃଢ଼ ନେତୃତ୍ୱରେ ତଵ, 

ଋତପଥେ ଚଳୁ ଜୀବ

ଅସାର ସଂସାର ହେଉ ଦିବ୍ୟନିଳୟ। 



Rate this content
Log in