STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ବିଘ୍ନ ବିନାଶକ ( ସନେଟ)

ବିଘ୍ନ ବିନାଶକ ( ସନେଟ)

1 min
13.8K


ଗଜାନନ ଗଣପତି ବିଘ୍ନ ବିନାଶକ

ଶୁଭ ପ୍ରଦାୟକ ପ୍ରଭୁ ମଙ୍ଗଳ ଦାୟକ।।

ତୁମ ପୂଜା ଅଗ୍ରେ ସର୍ବ ଦେବାଦେବୀ ମଧ୍ୟେ

ଦୂର ହେଉ ପାପ ତାପ ପୁଣ୍ୟ ର ସୁଗନ୍ଧେ ।।

ଚଉଦିଗ ଅନ୍ଧକାର ଡହ ଡହ ତାତି

ଜଳୁ ଆଲୋକ ଦୀପାଳି ଲିଭୁ କାଳ ରାତି ।।

ଅନ୍ୟାୟ ଅନୀତି ଯେତେ ହୀନ ପାପାଚାର

ନାଶ କର ଅଗ୍ନିଶିଖା ଯେତେ ଦୂରାଚାର ।।

ମଙ୍ଗଳ ଆଳତି ଧୂପ ଦୀପ ନଇବେଦ୍ୟ

ବାଜି ଉଠୁ ଶୁଭ ଶଙ୍ଖ ଘଣ୍ଟ ଘଣ୍ଟା ବାଦ୍ୟ ।।

ସିଦ୍ଧି ବିନାୟକ ବକ୍ରତୁଣ୍ଡ ମହାକାୟ

ଅଗତିର ଗତି ଶୁଭ ଶାନ୍ତି ଦୟାମୟ ।।

ରକ୍ଷାକର ପ୍ରଭୁ ତୁମେ ଏ ଧରା ପୃଷ୍ଠକୁ

ରହୁ ତୁମ ଯଶ ଖ୍ୟାତି ଯୁଗରୁ ଯୁଗକୁ ।।

ଶରତ କୁମାର ଦାସ

ବଡବିଲ ମହାବିଦ୍ୟାଳୟ, ବଡବିଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍