STORYMIRROR

Bikhyat Bihari Mishra

Others

3  

Bikhyat Bihari Mishra

Others

ବିଦ୍ୟାଳୟ ନିରାପତ୍ତା

ବିଦ୍ୟାଳୟ ନିରାପତ୍ତା

1 min
13.6K


ବିଦ୍ୟାଳୟେ ଆମେ ମିଳିମିଶି ପଢୁ

ପୁଅ ଝିଅ କିଏ କେତେ

ନିରାପତ୍ତା ପାଈଁ ସଚେତନ ହେଲେ

ବିପଦ ରହେନି ସତେ ।।

ସୁରକ୍ଷା ପାଈଁ ତ ପାଚେରୀ ଟେ ଲୋଡା

ଫାଟକ ପଡ଼ିବ ତାଲା

ନହେଲେ ଅବାଧ ପ୍ରବେଶ ହୋଇବ

ଅଣ ଛାତ୍ରଙ୍କର ଭଲା ।।

ପାଣି ସୁବିଧା ବି ନିହାତି ଜରୁରୀ

ପିଇବାକୁ ସ୍ୱଛ ଜଳ

ନୋହିଲେ ରୋଗରେ ସଢିବୁ ଆମେ ତ

ହେବୁ ଭାରି କଲ ବଲ ।।

ପାଇଖାନା ନୁଆ ଝିଅ ପିଲା ପାଈଁ

ନିର୍ମାଣ ହୋଇବ ଯଦି

ତେବେ ଆଉ କେହି କେବେ ଯିବେନି

ହତା ରୁ ଜଗିବେ ଦିଦି ।।

ଖେଳ ପଡିଆ ରେ ଧାଡି ବାନ୍ଧି ଆମେ

ଖେଳିବୁ ଖେଳ ସମୟେ

ଖଣ୍ଡିଆ ଖାଵରା ହେବୁ ନାହିଁ ଆଉ

ସତର୍କ ହେଲେ ପିଲାଏ ।।


Rate this content
Log in