STORYMIRROR

Narayan chandra Senapati

Others

3  

Narayan chandra Senapati

Others

ବିଦ୍ୟାଦାତା ବିଶ୍ୱନିର୍ମାତା

ବିଦ୍ୟାଦାତା ବିଶ୍ୱନିର୍ମାତା

1 min
331


     


ତୁମେ ଏପରି ଏକ ଦେବତା,

ଯିଏ ସୃଷ୍ଟିରୁ ତୋଳି ଆଣି

ଆବାଳ ବୃଦ୍ଧ ବନିତାକୁ ଧରେଇ ଦେଇଥାଅ

ବୁଦ୍ଧି ଓ ଜ୍ଞାନର ଅନୁପମ ବାର୍ତ୍ତା,

ତୁମେ ଆଶ୍ୱାସନା ତୁମେ ଉଦ୍ଦୀପନା

ତୁମେ ଜଡ ବଧିରର ଆଶା କଳ୍ପ,

ତୁମେ ପୂଜ୍ୟ ପୂଜାର ଆବାହନୀ ସଂଗୀତ ତ

ତୁମେ ସର୍ବଦା ସାଜ ଅଜ୍ଞାନ ନିଷ୍କାସନ ଯନ୍ତ୍ର, 

ନିର୍ବୋଧର ଭାଗ୍ୟ ଆକାଶରେ ଦୀପ୍ତ ଜ୍ୟୋତି ଚନ୍ଦ୍ରମା

ଆଉ ନିରକ୍ଷର ବୃନ୍ଦାବତୀ ଅଗଣାରେ

ସାକ୍ଷାରତାର ସଞ୍ଜ ସଳିତା। 

 

ତୁମ ବିଚାରାଳୟରେ ସ୍ୱୟଂ ପିତା ମାତା ବିଶ୍ୱବ୍ରହ୍ମାଣ୍ଡ

ତୁମ ଶୁଦ୍ଧ ଭାବନାରେ ଗୁରୁ ହିଁ ଜ୍ୟେଷ୍ଠ ଶ୍ରେଷ୍ଠ

ବେଦର ମଧୁର ମୂର୍ଚ୍ଛନା ଧରି

ଛୁଟିଆସ ଯେବେ ବର୍ଷର ପ୍ରାରମ୍ଭରେ

ଶ୍ରଦ୍ଧା ଭକ୍ତିରେ ସଭିଏଁ ଅରପନ୍ତି ସ୍ୱାଗତ ସମ୍ବର୍ଦ୍ଧନା

ତୁମେ ଗଜାନନ ତୁମେ ବିଘ୍ନ ବିନାଶନ

ତୁମେ ବି ସକକ ଗଣଙ୍କ ସ୍ପନ୍ଦନ ଇଶ

ବିଦ୍ୟାର୍ଥୀ ଗଣ ପାଇବାକୁ ତୁମ ସାନ୍ନିଧ୍ୟ

ସଦା ସମର୍ପନ୍ତି ଭକ୍ତିର ନୈବିଦ୍ୟ

ସଦୟରେ ପୂର୍ଣ୍ଣ କରି ହାତ

ଜ୍ଞାନୀ ବିଦ୍ୱାନରେ ଭରି ସଂସାର

ତୁମେ କିନ୍ତୁ ସାଜିଥାଅ ବିଦ୍ୟାଦାତା ବିଶ୍ୱନିର୍ମାତା।



Rate this content
Log in