STORYMIRROR

SUKANTA KHANDA

Others

3  

SUKANTA KHANDA

Others

ବିଦ୍ଯାର୍ଥୀ

ବିଦ୍ଯାର୍ଥୀ

1 min
146


ବିଦ୍ଯାର୍ଥୀଙ୍କ ପାଠ ଦରକାର

ହେଲେ ଚୁଲିକୁ ଗଲାଣି।

ଖାଇଲାଣି ଗର୍ବ ଓ ଅହଙ୍କାର।

ଖାଇବ ନାହିଁ କାହିଁକି?

କିଟକିଟ ଅନ୍ଧାକାର ପରି

ମୁଠାଏ ଶୃଙ୍ଖଳା ବିନା।

ଶୃଙ୍ଖଳା ନାହିଁ କାହିଁକି?

ନିର୍ଭୟରେ ଚାଲିବା ଓ ମାଡ଼ର ଅଭାବ ବିନା।

ନିର୍ଭୟରେ ଚାଲିବେ ନାହିଁ କାହିଁକି?

ଚାଲିଲେ ତ ଗୁରୁଜୀ ଘରଘର ବୁଲି ଖୋଜିବେ।

ଖୋଜିବେ ନାହିଁ କାହିଁକି?

ସରକାରଙ୍କ କଡା଼ ନିର୍ଦ୍ଦେଶ।

ନିର୍ଦ୍ଦେଶ ମାନିବେ ନାହିଁ କାହିଁକି?

ସରକାର ପାଖରେ ବନ୍ଧା।

ବନ୍ଧା ହେବେ ନାହିଁ କାହିଁକି?

ଅର୍ଥ ପାଉଛନ୍ତି।


ଏତେ ଏତେ କାରଣରୁ

ବିଦ୍ଯାର୍ଥୀର ପାଠ ହେଉ ନାହିଁ

ସବୁରି ମୂଳରେ ଶାସନର ଘୋର ଅଭାବ।

ଶାସନ କରିବେ କେମିତି?

ଅଭିଭାବକଙ୍କ ବିଲକୁଲ ଚେତାବନୀ 

ଜେଲ କି ଜୋରିମନା?

ତେଣୁ ଦଣ୍ଡମୁକ୍ତ ଅଞ୍ଚଳ।

ସତରେ !

ଶାସନ ଅଭାବରୁ ବିଦ୍ଯାର୍ଥୀ

ବିପଥରେ ଚାଲିଲେ ଆଉ ଭୁଲିଗଲେ

ଦୀର୍ଘ ଭବିଷ୍ଯତ କାମନା 


ହେ ଅଭିଭାବକଗଣ 

ଯାଅନ୍ତୁ ତ ଥରେ 

କହି ଦିଅନ୍ତୁ ଆଉ ଲେଖି ବି ଦିଅନ୍ତୁ 

ଫେରିଆସୁ ଜ୍ଞାନଦାସଟି

ଶାସନ ହେଉ ବିଦ୍ଯାଳୟରେ

ଶୃଙ୍ଖଳିତ ଆଉ ଦୀର୍ଘ ଭବିଷ୍ଯତ ପାଇଁ।

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍