STORYMIRROR

Bunee Tripathy

Others

3  

Bunee Tripathy

Others

ବିଧିର ବିଧାନ

ବିଧିର ବିଧାନ

1 min
198

ଜନମ ହୋଇଲେ ମରଣ ତ ହେବ

ଏହି ତ ବିଧିର ବିଧାନ

ସୃଷ୍ଟି ହେଲେ ଦିନେ ବିନାଶ ବି ହେବ

ନିୟମ ଗଢିଛି ଧରମ।


କଢ ଥିଲେ ଦିନେ ଫୁଟିବତ ଫୁଲ

ଆଲୋକ ପରେ ଅନ୍ଧାର

ଫଳ ବି ଫଳିବ ପାଚି ବି ଝଡିବ

ସବୁଜ ହୋଇବ ଅନ୍ତର।


ବୟସର ନଈ ଯାଏ ପରା ବୋହି

ବାଲ୍ଯ,କୈଶୋର ,ଯଉବନ

ଗୋଟେ ପରେ ଗୋଟେ ଆସନ୍ତି ତା ବାଟେ

ଛାପ ତ ଛାଡନ୍ତି ଜୀବନେ।


ଆଜି ଯାହା ଅଛି କାଲି ଯେ ରହିବ

ଯାଆ ଆସ ପରା ଜୀବନ

ସର୍ବେ ଆସିବେ ନିଜର ବି ହେବେ

କେହି ରହିବେନି ଭୂବନେ।


ଯଉବନ ଦିନେ ଖେଳୁଥିଲା ଦେହେ

ଆଜି ସେ ଯାଇଛି ଦୂରେଇ

ବାର୍ଦ୍ଧକ୍ୟ ଆସିଛି ଦୁରୁବଳ ନାଡି

ମୃତ୍ୟୁ ପାଇଁ ହୁଏ ସଜେଇ।


ପୂର୍ଣ୍ଣିମା ପରେ ଆସେ ଅମାବାସ୍ୟା

ଘୁରୁଥାଏ ଚକ ପହି

ତୁମେ ଚାଲିଯିବ ତୁମର ବାଟରେ

ଦାୟାଦ ରହିବେ ସହି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍