STORYMIRROR

Kumarlal Rana

Others

3  

Kumarlal Rana

Others

ବିଧବା ବେଦନା

ବିଧବା ବେଦନା

1 min
259

 କାହିଁକି ଏ ମନ ବିଚଳିତ ହୁଏ 

 ତାର   ପ୍ରଭାବ କେଉଁଠି l

ଫଗୁଣ   ଫଗୁଣ  କେତେ ଫଗୁଣ 

ଚାଲିଗଲା ଛୁଇଁ  ପିଠି l


ଦୁଃଖ ପରେ ଦୁଃଖ ଶୋକ ପରେ ଶୋକ 

ମାଡ଼ି  ଚାଲିଛି ଜୀବନେ l

ମୋ ଶଙ୍ଖା ସିନ୍ଦୂର ଚାଲିଗଲା କୋଉଠି 

 ଦୁଃଖ ଖଞ୍ଜେ ମୋର ମନେ l


  ଏ ମନ  କେଉଁଠି ରହିବ ଜୀବନେ 

     କେଉଁଠି ଲଭି ଫଗୁଣ l

କେତେ   ପୃଷ୍ଠା  କାଢି  ସଜେଇ ଆଣିବ 

     ବିଶ୍ୱାସ ନାହିଁ ମୋ ଗୁଣ l


ବିଧବା ବେଦନା  ମୋ ମନ ଭାବନା 

  ରହି ଅଛି ସଦାକାଳ l

ଆଶାଲୀନ ହୋଇ ଦଳିତ ଜୀବନେ 

ପ୍ରଭାବେ ମାରେ ଜଞ୍ଜାଳ l



Rate this content
Log in