Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

2  

Prafulla Chandra Mishra

Others

ବିଧାତା ର ବିଡ଼ମ୍ବନା

ବିଧାତା ର ବିଡ଼ମ୍ବନା

1 min
293


• ବିଧାତା ର ବିଡ଼ମ୍ବନା

• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ---------- -------------------- -----------

• ଗଣ ଦୁଷ୍କର୍ମ ଦୁଃସହ କଳଙ୍କ

କଅଁଳ କୋମଳ କଳୀ

• ଦୁଷ୍ଟ, ନଷ୍ଟ,କିଟ ଦନ୍ତାଘାତ ରେ

ଅଦିନେ ଯାଏ ମଉଳି ।।


ଫୁଟିବା ଆଗରୁ କୋମଳ କଳିକା

ଲୋଲୁପ ଦୃଷ୍ଟି ରେ ଦୁଷ୍ଟ

• କ୍ଷତ ବିକ୍ଷତ ତା ଅବୋଧ ମନଟା

ହୋଇଯାଏ ନଷ୍ଟଭ୍ରଷ୍ଟ ।।


ମଧୂ ସଂଭାସଣେ ମଧୂର ଗୁଞ୍ଜନେ

ଲବଣୀ ପିତୁଳା ମନ

• ଉଚ୍ଚାଟେ ତା ଦେହେ ଭରି ଦେଇଥାଏ

ଅବିଶ୍ବାସ ଭରା କାମ ।।


ଅଭାଗିନୀ କେତେ ସପନ ଦେଖିଛି

ଦେବତା ଗଳାର ହାର

• ଆହା କି ନିଷ୍ଠୁର କିଟ ଅତ୍ୟାଚାର

ବିଡ଼ମ୍ବନା ବିଧାତାର ।।


ଅଦିନେ ଯେପରି କାଳ ବୈଶାଖୀ

ସଂହାରେ ନାରଖାର

• ତହୁଁ ବିଭତ୍ସ ଯନ୍ତ୍ରଣା ତାରେ

• କରିଦିଏ ନିର୍ବିକାର ।।


ଦିଶାହରା ଏହି ଉଦ୍ବୃତ ସମାଜେ

ସତ୍ୟ ଏଠାରେ ସୁପ୍ତ

• ସଂହତି, ସଂସ୍କୃତି ଯୁପକାଠ ତଳେ

• ସ୍ନେହ, ପ୍ରେମ ସମାଧିସ୍ଥ ।।


ଏ ଅରୁଚ ଅଭିନୟ ଅନ୍ତ ହେଉ

ସ୍ନେହ ଶ୍ରଦ୍ଧା,ପୁଷ୍ପ ଚୟ

• ପ୍ରଷ୍ଫୁଟିତେ ଫୁଲ ପ୍ରଫୁଲ୍ଲ ସୈରଭେ

ହୋଇଉଠୁ ମଧୂମୟ ।।





Rate this content
Log in