STORYMIRROR

subrat kumar jena

Others

3  

subrat kumar jena

Others

ବିଧାତା କି ସହଜେ ବୁଝିବ

ବିଧାତା କି ସହଜେ ବୁଝିବ

1 min
392


ବିଧାତା କି ସହଜେ ବୁଝିବ

ରକ୍ଷକ ଯେବେ ଭକ୍ଷକ ସାଜିଵ

ସଂସାରର କି ଅବସ୍ଥା ହେବ

ମାଲିକର ଭାର ଗଧ କି ବୋହିବ

ତା ମୁହେଁ ଦାନାର ପୁଡିଆ ଯଦି ବନ୍ଧା ଥିବ

ବିଧାତା କି ସହଜେ ବୁଝିବ

ଶାଗୁଣା ଶିଆଳ ଡାକ୍ତର ହୋଇଲେ

ବିଚରା ରୋଗୀର ଯାହା ହେବ

ବାଡ ଯଦି କେବେ ଫସଲ ଖାଇବ

ଭାଇ କାହାକୁ ବା କହି ହେବ

ବିଧାତା କି ସହଜେ ବୁଝିବ

ଆ ଘରୁ ତେଲ ତା ଘରୁ ଲୁଣ

କର୍ମ କୋଢୀ ହୋଇ ମାଗି ଖାଇ ଯିଏ ଚଳେ

ତାକୁ ଯଦି କେହି ଆଦର୍ଶ କରିବେ

ଜୀବନଟା ତାର ବୁଡ଼ିଯିବ ନିଶ୍ଚେ ହଳା ହଳ ରସାତଳେ

ବିଧାତା କି ସହଜେ ବୁଝିବ

ଅଣ୍ଟି ଛୁରୀ ଯଦି ତଣ୍ଟି କାଟିଲା

ବିଚରା ମଣିଷ ମରିଲା

ମରା ମରା ଛାଡ଼ି ରାମ ରାମ ହୋଇ

ସକାଳେ ସଂଜ ଖାଲି ମନ୍ଦିରକୁ ଧାଇଁଲା

ବିଧାତା କି ସହଜେ ବୁଝିବ

ସବୁ ସ୍ବପ୍ନ ଯଦି ସତ ହୋଇବ

ମନ ବାସ୍ତବକୁ କାହିଁ ଖୋଜିବ

ଅବାସ୍ତବ ପଛେ କୁହୁଡି ପହଁରି

ମାଟି କାମୁଡି ଶେଷେ ତଳେ ପଡ଼ିବ

ସେତେ ବେଳେ ଧର୍ମର ସତ୍ୟକୁ ବୁଝିବ

ବିଧାତା କି ସହଜେ ବୁଝିବ


ସୁବ୍ରତ ଜେନା

ସୁରଡିହ, ନନ୍ଦିପୁର

9776208930


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍