STORYMIRROR

Bibhu Samanta

Others

2  

Bibhu Samanta

Others

ବିଦଗ୍ଧ ପ୍ରେମିକା:ଅଭିମାନିନୀ ରାଧା

ବିଦଗ୍ଧ ପ୍ରେମିକା:ଅଭିମାନିନୀ ରାଧା

1 min
593


ବିଦଗ୍ଧ ପ୍ରେମିକା: ଅଭିମାନିନୀ ରାଧିକା


ନିର୍ଦ୍ଧିଷ୍ଟ ସମୟରେ,


ତୁମ ଆଗେ ମୁଁ ଛିଡା ହୁଏ

ବ୍ୟଥିତ ମନଟିଏ ନେଇ

ତୁମ ଆଖିରେ ଆଖି ମିଶେଇ

ଖୋଜେ ତୁମକୁ

ଖୋଜି ଖୋଜି ନିଜେ ହିଁ ହଜେ

ଅଥଳ ସାଗର ଭିତରେ

ସରୁ ତୃଣ ଟିଏ ପରି

ନା ପାଏ ଆଶରା

ନା କୂଳ କିନାରା

ଲେଉଟି ଆସେ ଏ ମନ

ରୂପ ମଧୁରୀରେ ବିହ୍ଵଳ ହେଇ

ପୁନଃ ଫେରିବାର ପ୍ରତିଶୃତି ଦେଇ


ମାନୁଛି


ନୀରବ ଏ ପ୍ରେମ

ତଥାପି ତ ହୃଦୟର ସ୍ୱରଟିଏ

ନିଷ୍ପ୍ରଭ ହେଲେ ବି

କ୍ଷୀଣ ଦୀପ ଶିଖାଟିଏ

ସେଥିରେ କ'ଣ ନାହିଁ ଲୁହର ଆଦ୍ରତା

ନାହିଁ କି ସେଥିରେ ଉଷ୍ମତା

ସେତିକି ଯଥେଷ୍ଟ ନୁହେଁ?

ତୁମ ଆଡ଼ନଜର ଟିକେ ପାଇବା ପାଇଁ


ଏବେ ମୁଁ,


ଅଭିମାନ କରେ

ତୁମ ପାଖେ ଅଭିଯୋଗ କରେ

ସାମୟିକ ଭାବେ ବିଛିନ୍ନ ହୁଏ

ହୃଦୟହୀନ ପ୍ରେମିକଟେ ପରି

ତୁମେ ନୀରବ

କାହିଁକି ତୁମର ଏ ଆଣ୍ଟ

କାହିଁକି ତୁମକୁ ମୁଁ ଏତେ ଭଲପାଏ

ଏ କି ଅଭିଶାପ

ହଁ, ତୁମ ଚାରିପଟେ ତ

ମଖମଲି ରୂପର ସମ୍ଭାର

ମୁଁ ମଲେ କି ଗଲେ, କି ଯାଏ ତୁମର?

ତୁମ ଦୟାରୁ ବଞ୍ଚିତ ହୋଇ।।


ଜାଣିଛି ଏତିକି,


କାଳ ତ ପେଷିଛି

ଅପ୍ରମିତ ଯନ୍ତ୍ରଣା

ଜୀବନଟା ଦୁର୍ବିସହ

ମାଟିର ଖେଳଣା

ଦିନେ ଏମିତି ଚାଲିଯିବି

ନୟନରୁ ଅନ୍ତର ହୋଇ

ପାଶରୁ ମୁକୁଳି ଅପସରିଯିବି

ବେସୁରା ସ୍ୱରଟି

ଆଉ ତୁମକୁ ଆନମନା କରିବନି

ରହିଥିବି ତୁମ ଶ୍ରୀମୁଖେ

ଚନ୍ଦନ ଟିପା ଟେ ହୋଇ।।


।।ବିଭୁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍