STORYMIRROR

Narendra Prasad Behera

Others

3  

Narendra Prasad Behera

Others

ବିଚତ୍ର ପ୍ରେମ

ବିଚତ୍ର ପ୍ରେମ

1 min
176


ପ୍ରଥମ ଦେଖାରେ   ଦେଇଥିଲି ମନ

     କଲ ମୋତେ ଆଜି ପର

କାହିଁକି ଭଜିବି   ନାମକୁ ତୁମର

   ଭାବିଲେ ଆସୁଛି ଜ୍ୱର ।୧।


ଚାଲିଗଲ ଆଜି   କେଉଁ ରାଇଜକୁ

    ଅଛି କି ତା'ର ଠିକଣା

କହିଦିଅ ସାଥୀ   ମନ ଯାଉ ବୁଝି

    ହେବ ନାହିଁ ବାଟବଣା ।୨।


ଧୋକାବାଜ୍ ବୋଲି  ଜଗତ ଜାଣିଲା

      ପଡିଲା ଜଣା ଚରିତ୍ର

ମୁକ୍ତ ଆକାଶର   ବିହଙ୍ଗଟେ ମୁହିଁ

     ମୋ ପ୍ରେମ ଅଟେ ପବିତ୍ର ।୩।


ପବିତ୍ର ଆତ୍ମାର   ପବିତ୍ର ପ୍ରେମକୁ

     କଲ ଆଜି ଛାରଖାର

ମିଛ ଦୁନିଆର  ପ୍ରତାରଣା ଏଠି

   କେହି ତ ନୁହେଁ କାହାର ।୪।


ପ୍ରେମ ନୁହେଁ ଏକ   ଉଡନ୍ତା ଚଢେଇ

      ଛାଡିଦେଲେ ଉଡିଯିବ

ଦୁଇଟି ଆତ୍ମାର   ପବିତ୍ର ବନ୍ଧନ

    ମଲାଯାଏ ରହିଥିବ ।୫।


ପ୍ରେମରେ ମାତିଲେ   ମଣିଷପଣିଆ

     ହୁଏନାହିଁ କେବେ ନଷ୍ଟ

ପ୍ରକୃତ ପ୍ରେମର   ସଂଜ୍ଞା ଜାଣେ ଯିଏ

    ପାଏ ନାହିଁ କେବେ କଷ୍ଟ ।୬।


ପ୍ରେମ ତ ନୁହଁଇ  ହାଟର ସଉଦା

   ପୋକାକଣା ବଛାଯିବ

ପ୍ରେମ ମାନେ ସ୍ନେହ ମମତା ପସରା

   ବନ୍ଧନରେ ଅଟକିବ ।୭।


ହୃଦୟ ଯାହାର  ଅପବିତ୍ର ଗଙ୍ଗା

  ସେ କାହୁଁ ଜାଣିବ ପ୍ରେମ

ଧୋକା ଦେଇ ଚାଲି ଯିବ ବହୁ ଦିନ

   ହେବ ଦିନେ ବଦନାମ ।୮।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍