STORYMIRROR

Niranjan Sahu

Others

4  

Niranjan Sahu

Others

ବିଚରା ଚାଷୀ

ବିଚରା ଚାଷୀ

1 min
289

ଆଜିର ଦିନରେ ନ୍ୟାୟ ଶସ୍ତା ହୁଏ,

ଅନ୍ୟାୟର ମୂଲ୍ୟ ବେସି,

ପଇସା ବଳରେ ଅନ୍ୟାୟ ଜିତେ

ନ୍ୟାୟ ପାଉଅଛି ଫାଶୀ ।


ଚୋର ଡ଼କାୟତ ଘୁରିବୁଲୁଛନ୍ତି

କାନୁନ ହୋଇଛି ଅନ୍ଧ

ଟଙ୍କା ପଇସାରେ ବିକ୍ରି ହୋଇଯାଏ

କାନୁନର ବାଡ଼ି ବନ୍ଧ ।


ବଡ଼ବ୍ଡ଼ିଆ ଟଙ୍କା ଲୋନ ନେଇ

ବିଦେଶରେ ଯାଇ ବୁଲୁଛି

କୃଷକ ବାପୁଡା କିଛି ଲୋନ ନେଇ

କାନୁନ ରେ ବନ୍ଧା ପଡୁଛି ।


ବଡ଼ବଡ଼ିଆ ବିଦେଶରେ ଯାଇ

ବିଳାସ ବ୍ୟସନେ ରହୁଛି

କୃଷକ ବାପୁଡା ମାଟିଝାଟି ଘରେ

ବିଷ ପିଇ ମରିଯାଉଛି ।


Rate this content
Log in