STORYMIRROR

Aruna Kar

Others

3  

Aruna Kar

Others

ବିଚିତ୍ରତା

ବିଚିତ୍ରତା

1 min
13.8K



ଇଶ୍ୱରଙ୍କର ଶ୍ରେଷ୍ଠ ସୃଷ୍ଠି.....

ଝିଅଟିଏ....

ତା ଉପରେ.......

ଆମେ ଲେଖୁଛେ କାହାଣୀ

ଭର୍ତ୍ତି ହେଉଛି ବିଭିନ୍ନ ପତ୍ର ପତ୍ରିକା

ଭରି ଯାଉଛି ସଭା ମହଲ

ଅନେକ କାର୍ଯ୍ୟକ୍ରମ ତା ଉପରେ....

ମା ପେଟରୁ ତାର ଜନ୍ମ ପର୍ଯ୍ୟନ୍ତ

ପୁଣି ଜନ୍ମରୁ ସେ ଜନନୀ

ହେବା ପର୍ଯ୍ୟନ୍ତ......

ଜନନୀରୁ ଜୁଇ ଜଳିବା ଯାଏ

ବ୍ୟବଚ୍ଛେଦ ଚାଲିଛି ବାରମ୍ବାର

କେବେ ତା ମନର....

କେବେ ତା ହୃଦୟର

କେବେ ତା ଦେହର...

କେବେ ତା ମାନସିକତାର... ଆଉ....

ପୁଣି କେବେ ତା ଅସହାୟ ପଣର।


ଝିଅଟି ଭିତରେ ତା ଧୂଳିଖେଳ

ତା ସାଙ୍ଗସାଥି ତା କୈଶୋର

ଜୀବନର ଅନେକ ଅସଜଡା ସ୍ମୃତି,

ରାସ୍ତାରେ ସେ ସୁରକ୍ଷିତ ନୁହେଁ

କର୍ମ କ୍ଷେତ୍ରରେ ... ଘରେ...

ସବୁଠି ତାର ସ୍ଵତନ୍ତ୍ର ନିର୍ଯ୍ୟାତନା...

ସଚେତନତା ପାଇଁ ସବୁଠି....

ଉଦ୍ୟୋଗ ଓ ଅତି ବେଶୀ ତନାଘନା...

ରାଜିରେ ସ୍ବପ୍ନିଳ ରାତି.....

ନହେଲେ ... ହୋଇଯାଏ....

ତା ଜୀବନର ଇତି. .. ।


ଆମ ସମସ୍ତଙ୍କ ମନରେ...

ନାହିଁ ନ ଥିବା ଦରଦ

ଓ ଲୋକ ଦେଖାଣିଆ କୋହ

ଝିଅଟିଏ ବଞ୍ଚିବ....

ସମ୍ପୂର୍ଣ୍ଣ ଅଧିକାର ସହ ।


କି ଖେଳ ଚାଲିଛି ଏଠି...

ଝିଅଟିକୁ ନେଇ....

ଭଲ ପାଇବା ନାଁରେ..

ଚାଲିଛି ଠକେଇ.....

ସରଳରେ ମନ କିଣି....

ଦିଅନ୍ତି ଆହୁତି.....

ସଜାଏ କେଉଁଠି କିଏ

ଦେଇ ପ୍ରେମ ପ୍ରୀତି.....

କିଏବା ଦେଇ ଦିଏ....

ତାର ପୂର୍ଣ୍ଣାହୁତି.....

ବିଚାରିର ଜୀବନରେ

ଘୋଟି ଆସେ ....

ଅମା ଅନ୍ଧକାର ରାତି.... ।


ମା ରୂପେ ମୃଣ୍ମୟୀ ପ୍ରତିମାରେ

ଚାଲେ ତା ଅଙ୍ଗ ପ୍ରତ୍ୟଙ୍ଗରେ,

ଅଣୁ ପରମାଣୁର....

ସୁନ୍ଦର ନିଖୁଣ ପ୍ରଦର୍ଶନ.....

ଘଣ୍ଟଘଣ୍ଟା, କର୍ପୁର ଚନ୍ଦନ,

ବୁଝା ଅବୁଝା ଶ୍ଲୋକ ଉଚ୍ଚାରଣ....

ଦାମୀ ଦାମୀ ଭୋଗରେ..

ପୂରିଯାଏ ତା ଅଗଣା....

ଏ ତାର ସମ୍ମାନ?? ନା??


**********

ଅରୁଣା କର

17:10:18

ଭୁବନେଶ୍ବର


Rate this content
Log in