STORYMIRROR

Narayan chandra Senapati

Others

3  

Narayan chandra Senapati

Others

ବିଚିତ୍ର ଏ ଧନୁଯାତ୍ରା

ବିଚିତ୍ର ଏ ଧନୁଯାତ୍ରା

1 min
257



ତୁମେ ନୁହଁ ଏକ ସାଧାରଣ ଯାତ୍ରା

କେତେ କୀର୍ତ୍ତି କେତେ ସ୍ମୃତି ଖଞ୍ଜା ତୁମ ଦେହେ

ପୁରାଣ ସହ ଯୋଡା ଇତିହାସ ଯେବେ ପଢେ ତୁମ ପୃଷ୍ଠା

ଶିହରଣେ କମ୍ପିଉଠେ ମନ

କୀଟପତଙ୍ଗ ବି କହେ

ଛି- ଛି- କି କଦର୍ଯ୍ୟ ! କି କଦାକାର !

ଅସଭ୍ୟ ଥିଲା ସେ କଂସଟା॥

ନିଜକୁ ଭାବିଥିଲା ଅତି ଚତୁର

ମାରିବାକୁ ଭଣଜାକୁ ରଚିଥିଲା ଚକ୍ରବ୍ୟୁହ

ସେ କ'ଣ ଜାଣିଥିଲା

ଏ ସୃଷ୍ଟିର ସ୍ରଷ୍ଟା ତା ଭଣଜା

ଯାହାର ସାମାନ୍ୟ ଇଙ୍ଗୀତରେ

ସଂସାରରେ ବହେ ଲହୁ ଲୁହ

ଉଠେ ଭୂକମ୍ପ ତାଣ୍ଡବ କୋହ

ତା ଅନୁକମ୍ପାରେ ଛୁଟୁଛି ତା ସ୍ପନ୍ଦନର ସୁଅ ॥

ଦିଗବିଜୟୀ ସମ୍ରାଟ ହେବା ଥିଲା ତ'ର ଲକ୍ଷ୍ୟ

ହଟାଇ ଉଗ୍ରସେନ

କଲା କପଟ ଲମ୍ପଟ ଶାସନ

ଧନୁଯାତ୍ରାରେ କରି ସଂହାର ଦେଖାଇବ ଆସ୍ଫାଳନ

କେ ଜାଣିଥିଲା ତା ଅନନ୍ୟ ଯୋଜନା

ସ୍ଥାପିତ କରିବ ତାକୁ ନେଇ ଅନନ୍ତ ଯୋଜନ

ତା ସ୍ୱପ୍ନର ଏକଛତ୍ରବାଦୀ ଶାସନ

ଅବିଳମ୍ବେ ହଜିଯିବ

ଖିନ୍ ଭିନ୍ କରି କ୍ଷମତାର ଆବିର୍ଭାବ

ଉପହାର ଦେବ କ୍ଷୀପ୍ର ତିରୋଧାନ॥

ତା ସ୍ୱରଚିତ ଧନୁଯାତ୍ରା

ଦେଲା କେତେ ନୀତିଶିକ୍ଷା

ହଜିଗଲା ତା ସ୍ୱେଚ୍ଛାଚାରିତାର ଦିବାସ୍ୱପ୍ନ

ଧରାଇଲା ସଭିଙ୍କୁ ସ୍ୱାଧୀନତା ସମ୍ମାନ

ଶିଖାଇଲା ନ୍ୟାୟ ନୀତିର ଫଳା ମାତ୍ରା

ଦୈବର ବିଧାନ ଓ ପ୍ରକୃତିର ଦାନକୁ

ଯେ କରେ ପ୍ରତ୍ୟାଖ୍ୟାନ

ସେ ନିର୍ବୋଧ ଅଜ୍ଞାନ

ପ୍ରତିଶୋଧ ପ୍ରତିହିଂସାପରାୟଣତା ବି ଦିଏ ତାକୁ ମୃତ୍ୟୁ ଭିକ୍ଷା

ଜଳ ବାୟୁ ଓ ଆଲୋକବି ଦିଏ ତାକୁ ସମୁଚ୍ଚିତ ଶିକ୍ଷା॥

ଆଜି ବରଗଡ କରାଏ ସଭିଙ୍କୁ ସ୍ମରଣ

ଗର୍ବ ଅହଂକାର କ୍ଷଣସ୍ଥାୟୀ

ବାରମ୍ବାର କହି କରେ ସଚେତନ

ହେ... ସାଂପ୍ରତିକ କଂସଗଣ !

ସାବଧାନ ହୁଅ...

ତେଜିଦିଅ ମନୁ ଆସୁରିକ ମୌଳିକ ଗୁଣ

ଐଶ୍ୱରୀୟ ସତ୍ତାକୁ କର ଆବାହନ

ହେ ସାଧାରଣ ଜନତା

ଦୃଢ ହୁଅ... ଧୈର୍ଯ୍ୟ ଧର...

ଅନ୍ୟାୟ ଅନୀତି ନିଶ୍ଚେ ହେବ ଲୋପ

ସଂସାର ଗଢିବ ଧାର୍ମିକ ନିଃଷ୍ପାପ

ପ୍ରତିକ୍ଷଣେ ପୁଣ୍ୟାତ୍ମା କୃଷ୍ଣ ହେବେ ବିଦ୍ୟମାନ

ନାଶିବେ ପାପାଚାରୀ କଂସ

ଏ ପରା ବିଚିତ୍ର ଧନୁଯାତ୍ରାର ଦୀପ୍ତ ଆହ୍ୱାନ॥


*ନାରାୟଣ ଚନ୍ଦ୍ର ସେନାପତି*

*ଶିକ୍ଷକ,ସରକାରୀ ଉ.ପ୍ରା. ବିଦ୍ୟାଳୟ,ଡିମିରିଆ,

ତେଲକୋଇ,କେନ୍ଦୁଝର*ପିନ୍-୭୫୮୦୧୯,

ଯୋଗାଯୋଗ-୭୯୭୮୩୭୯୯୬୬*


Rate this content
Log in