STORYMIRROR

Narayan chandra Senapati

Others

4  

Narayan chandra Senapati

Others

ବିଚିତ୍ର ଅଭିନେତା

ବିଚିତ୍ର ଅଭିନେତା

1 min
373


ତୁମେ କିନ୍ତୁ ରଙ୍ଗମଞ୍ଚର ବିଚିତ୍ର ଅଭିନେତା

କେତେବେଳେ ଖେଳସାମଗ୍ରୀ ଧରି କ୍ରିୟାଶୀଳ କ୍ରୀଡ଼ାବିତ ତ

କେବେବା ଅଫିସ ଆସବାବପତ୍ର ଧରି କର୍ମଠ କର୍ମଚାରୀ

ବାସ୍ତବ ଚିତ୍ରାଳୟର ପୋଷାକ ବି ଭିନ୍ନ

କାର୍ଯ୍ୟକଳାପ ବି ସ୍ୱତନ୍ତ୍ର

ହେଉ ଶାରୀରିକ କିବା ମାନସିକ

ଗୋଟିଏ ମଣିଷର, ମଣିଷପାଇଁ ଉପଯୋଗୀ କାର୍ଯ୍ୟପନ୍ଥା 

ସତରେ କି ଚମତ୍କାରୀତା !


ଜାଣିଛ ଫୁଟବଲ ଖେଳ ଏକ ଉତ୍ତମ କ୍ରୀଡା

ସର୍ବାଙ୍ଗ ଶରୀର ପାଏ ବ୍ୟାୟମର ସ୍ପର୍ଶ

ରକ୍ତ ସଂଚାଳନର ଅସଲ କାରକ ତ

ମନଫୁର୍ତ୍ତି ଆହ୍ଵାନରେ ସତ୍କାର୍ଯ୍ୟୈ ଉତ୍କର୍ଷ

ଏପଟେ ଅଫିସ କାମରେ ତୁମେ ନିପୁଣ

ଦକ୍ଷ ଦାୟିତ୍ୱବାନ ସମାୟାନୁବର୍ତ୍ତୀ କର୍ମଚାରୀ

ନିଜ କର୍ମକୁ ଭାବ ଭଗବାନଙ୍କ ପ୍ରସାଦ

ସମ୍ମାନ ମର୍ଯ୍ୟାଦା ସଫଳତା ପାଇଁ ବ୍ୟଗ୍ର

କରି ମାନସିକ ବିଷ୍ଳେଷଣ

ବାଣ୍ଟ ସମାଜକୁ ସେବାର ମହକ

କି ମହାନତା ତୁମର !!!


ମଣିଷ ଆଜି ମାନସିକ କ୍ରିୟାରେ ବ୍ୟଗ୍ର

ଭୁଲିଗଲାଣି ଶାରୀରିକ ବ୍ୟାୟାମ

ନାନାଦି ରୋଗରେ ହୋଇ ଶୀକାର

ଶରୀରକୁ କଲାଣି ଜୀର୍ଣ୍ଣ ଶୀର୍ଣ୍ଣ ଯନ୍ତ୍ରଣା ପୂର୍ଣ୍ଣ

ଏବେ କିନ୍ତୁ ବିଦ୍ୟାଳୟ କିମ୍ବା ମହା ବିଦ୍ୟାଳୟ

ଶିକ୍ଷାରେ କ୍ରୀଡାକୁ କରିଛି ଅନନ୍ୟ ସଙ୍ଗମ

ଆବାଳ ବୃଦ୍ଧବନିତାକୁ ଦେଇଛ ଦିଗଦର୍ଶନ

ଶରୀର ସହ ମନର କର ଅପୂର୍ବ ମିଳନ

କର୍ମ ହିଁ ଭଗବାନ.. କ୍ରୀଡା ହିଁ ଜୀବନ

ଏକ... ଅଭିନ୍ନ... ଅବିଛିନ୍ନ....

କି ଚମତ୍କାର ସର୍ଜନା !!!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍