STORYMIRROR

SUKANTA KHANDA

Others

3  

SUKANTA KHANDA

Others

ବିଚ୍ଛେଦ

ବିଚ୍ଛେଦ

1 min
149


ଆଜିକାଲି ଏହି ବିଚ୍ଛେଦ ଶଦ୍ଦଟି

ସର୍ବଦା ଘର କଲାଣି

ପ୍ରତିଟି ମଣିଷ ହୃଦୟ ଭିତରେ

ଲଗେଇ ନିଆଁ ଦେଲାଣି।


ସ୍ବାମୀଙ୍କ ପାଖରୁ ପତ୍ନୀଟି ବିଚ୍ଛେଦ

ବାପାଙ୍କ ପାଖରୁ ପୁଅ

ଭାଇଙ୍କ ପାଖରୁ ଭାଇର ବିଚ୍ଛେଦ 

ହେଉ ବା ଭଉଣୀ ଝିଅ ?


କେହି ଜଣେ ହେଲେ ବାଦ ପଡୁ ନାହିଁ

ଏ ହୀନ ଶଦ୍ଦରେ ଯୋଡି଼

ହୋଇ ରହିବାକୁ ଭଲ ପାଉଛନ୍ତି

ଯେତେକ ଅକର୍ମା କୋଢି଼।


ଭଲ ଚିନ୍ତା ଭଲ କର୍ମରେ ଚାଳିତ

ଲୋକମାନେ ବିଚ୍ଛେଦକୁ

ପ୍ରଶୟ କେବେ ବି ଦିଅନ୍ତିନି ଏଠି

ଚାହିଁଥାନ୍ତି ଐକତାକୁ।


ହେ ମଣିଷ ଭାଇ ଏ ସଂସାର ହାଟେ

ବିଚ୍ଛେଦ ଅଟେ କି ବଡ଼

ଏହା ହିଁ ତ ମୃତ୍ଯୁ ସଦୃଶ ନୁହେଁ କି

ସୁସମ୍ପର୍କ ତେଣୁ ଯୋଡ଼ ?

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍