ବିଚ୍ଛେଦ
ବିଚ୍ଛେଦ
1 min
145
ଆଜିକାଲି ଏହି ବିଚ୍ଛେଦ ଶଦ୍ଦଟି
ସର୍ବଦା ଘର କଲାଣି
ପ୍ରତିଟି ମଣିଷ ହୃଦୟ ଭିତରେ
ଲଗେଇ ନିଆଁ ଦେଲାଣି।
ସ୍ବାମୀଙ୍କ ପାଖରୁ ପତ୍ନୀଟି ବିଚ୍ଛେଦ
ବାପାଙ୍କ ପାଖରୁ ପୁଅ
ଭାଇଙ୍କ ପାଖରୁ ଭାଇର ବିଚ୍ଛେଦ
ହେଉ ବା ଭଉଣୀ ଝିଅ ?
କେହି ଜଣେ ହେଲେ ବାଦ ପଡୁ ନାହିଁ
ଏ ହୀନ ଶଦ୍ଦରେ ଯୋଡି଼
ହୋଇ ରହିବାକୁ ଭଲ ପାଉଛନ୍ତି
ଯେତେକ ଅକର୍ମା କୋଢି଼।
ଭଲ ଚିନ୍ତା ଭଲ କର୍ମରେ ଚାଳିତ
ଲୋକମାନେ ବିଚ୍ଛେଦକୁ
ପ୍ରଶୟ କେବେ ବି ଦିଅନ୍ତିନି ଏଠି
ଚାହିଁଥାନ୍ତି ଐକତାକୁ।
ହେ ମଣିଷ ଭାଇ ଏ ସଂସାର ହାଟେ
ବିଚ୍ଛେଦ ଅଟେ କି ବଡ଼
ଏହା ହିଁ ତ ମୃତ୍ଯୁ ସଦୃଶ ନୁହେଁ କି
ସୁସମ୍ପର୍କ ତେଣୁ ଯୋଡ଼ ?
