STORYMIRROR

SUKANTA KHANDA

Others

3  

SUKANTA KHANDA

Others

ବିଚ୍ଛେଦ

ବିଚ୍ଛେଦ

1 min
142


ସଂଯୋଗ ବିୟୋଗ ସଂସାରର ନୀତି

ଏହା କି ରୋକି ପାରିବ

ସଂଯୋଗ ହୋଇଲେ ହସର ଲହଡି଼

ବିୟୋଗେ ଲୁହ ଗଡି଼ବ?୧


ହସିବାକୁ ହେଲେ ଭଲ କର୍ମ କରି

ମର୍ତ୍ତ୍ଯରେ ବଞ୍ଚିକି ରହ

କାନ୍ଦିବାକୁ ଯଦି ବଡ଼ ଇଛା ଅଛି

ଅକର୍ମରେ ବୁଡି଼ ରୁହ।୨


ସୁକର୍ମ କୁକର୍ମ ଦୁଇ ବିପରୀତ

ଗଡା଼ଣୀ ଉଠାଣୀ ପରି

ଏହା ହିଁ ସଂସାରେ ରହିଛି ରହିବ

ଦୁଃଖେ କିଆଁ ପଡ଼ ଝରି?୩


ବଡ଼ ଅଲାଜୁକ ଅକର୍ମେ ଯେ'ରହେ

ସେ ପାଇଁ ବିଚ୍ଛେଦ ହୁଏ

ସମାଜ ତାହାକୁ ହୀନତା ଦୃଷ୍ଟିରେ

ଦେଖି ଅପବାଦ ଦିଏ।୪


ବିଚ୍ଛେଦ ହୋଇବ ନୀଚ୍ଚ କର୍ମ ପାଇଁ

ଘର ପରିବାର ପାଖ

ଅଥବା ସମାଜ ବିଚ୍ଛେଦ କରିବ

ଦେଖି ନ ପାରିକି ସୁଖ।୫

           ***


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍