ବିଚ୍ଛେଦ
ବିଚ୍ଛେଦ
1 min
139
ସଂଯୋଗ ବିୟୋଗ ସଂସାରର ନୀତି
ଏହା କି ରୋକି ପାରିବ
ସଂଯୋଗ ହୋଇଲେ ହସର ଲହଡି଼
ବିୟୋଗେ ଲୁହ ଗଡି଼ବ?୧
ହସିବାକୁ ହେଲେ ଭଲ କର୍ମ କରି
ମର୍ତ୍ତ୍ଯରେ ବଞ୍ଚିକି ରହ
କାନ୍ଦିବାକୁ ଯଦି ବଡ଼ ଇଛା ଅଛି
ଅକର୍ମରେ ବୁଡି଼ ରୁହ।୨
ସୁକର୍ମ କୁକର୍ମ ଦୁଇ ବିପରୀତ
ଗଡା଼ଣୀ ଉଠାଣୀ ପରି
ଏହା ହିଁ ସଂସାରେ ରହିଛି ରହିବ
ଦୁଃଖେ କିଆଁ ପଡ଼ ଝରି?୩
ବଡ଼ ଅଲାଜୁକ ଅକର୍ମେ ଯେ'ରହେ
ସେ ପାଇଁ ବିଚ୍ଛେଦ ହୁଏ
ସମାଜ ତାହାକୁ ହୀନତା ଦୃଷ୍ଟିରେ
ଦେଖି ଅପବାଦ ଦିଏ।୪
ବିଚ୍ଛେଦ ହୋଇବ ନୀଚ୍ଚ କର୍ମ ପାଇଁ
ଘର ପରିବାର ପାଖ
ଅଥବା ସମାଜ ବିଚ୍ଛେଦ କରିବ
ଦେଖି ନ ପାରିକି ସୁଖ।୫
***
