STORYMIRROR

Ram Prasad Bisoi

Others

3  

Ram Prasad Bisoi

Others

ବିବଶତା

ବିବଶତା

1 min
420


ବେଶ ଚମକପ୍ରଦ

ଏଠି 

ଦୁଇଟି ପ୍ରାଣର କାଟିଥିବା 

କିଛି

ଅନ୍ତରଙ୍ଗ ମୁହୂର୍ତ୍ତର


ଅନେକ 

ଭିତରେ ଲୁଚି ରହିଛି

କିଛି ପ୍ରାଥମିକତା

ହେଲେ 

ସମୟର କୁଣ୍ଠତା 

ସବୁକିଛିକୁ

ଅନବରତ ଗଡବଡ଼ କରିଚାଲୁଛି,


ମୁଁ କେଉଁଠି ? ମୋ ଅସ୍ତିତ୍ବ କଣ ? 

ଜଡ ନା ଜୀବନ

ଜୀବନ 

କେମିତି କହିବ ସେ ଯେ ତାକୁ 

ସେଠି ସୁଖର ବେଲ୍ଲୀ ଡାନ୍ସର ନାହିଁ ତ ଦେଖା 

କାହିଁ 

କେତେ ଦିନୁ 

ତା ହେଲେ ସେ କଣ ? କଣ୍ଟକିତ 

ଏଜ ମରୁଉପତ୍ୟକା 

ଯାହା କେବଳ

ବିଷାକ୍ତ ସରୀସୃପଙ୍କ

ଆଡ୍ଡାସ୍ଥଳୀ

ପ୍ରତ୍ୟେକ ଦଂଶନରେ ଯେ ଜ୍ବାଳା 

ଅପରିମିତ,


ବେଶ ବୁଝିଗଲି ଜୀବନର ପରିଭାଷା

ବିଷର ଉଦ୍ଗିରଣରେ ଖାପରଖୋଲର 

ଖାପରଘର ବି ଜଳି ପାଉଁଶ ବନିଯାଏ

ନିଧାଘ ଗ୍ରୀଷ୍ମର ଉତ୍ତାପ 

ବନ୍ଦ ଝରକା ଦେଇ ଜବରଦସ୍ତି ଜାଳି ପୋଡି ଦିଏ 

ଦୁଇଟି ନିରୀହ ଜୀବନ,


ହସିଉଠେ,

ଚାଳ ଛପର ଘର କଡେ ଠିଆ ହୋଇଥିବା

ସବୁଜ କଦମ୍ବ ଗଛ 

ଦେଖି 

ବଞ୍ଚିବାକୁ ଚାହଁ ରହିଥିବା

ଦୁଇଟି ପ୍ରାଣର

ବିବଶତା---------!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍