STORYMIRROR

Santosh Pattnayak

Others

3  

Santosh Pattnayak

Others

ବିବଶେ ପାଳିବା ଦିବସ

ବିବଶେ ପାଳିବା ଦିବସ

1 min
24



ଦର୍ଶନ ସାହିତ୍ୟ କଳା ସଂସ୍କୃତିରେ

ବିମଣ୍ଡିତ ଏଇ ଦେଶ

ସର୍ବଭୌମ ଗଣତନ୍ତ୍ର ଶାସକଙ୍କ

   ଜନତନ୍ତ୍ରରେ ବିଶ୍ବାସ 

ଅହିଂସା ମନ୍ତ୍ରରେ ଗଢା ଗଣତନ୍ତ୍ରେ

ସଞ୍ଚାରିଛି ହିଂସା ବିଷ

ଆଶା ବିଶ୍ବାସକୁ ଭରଷା ପାଉନି

     ଜନତା ଏଠି ବିବଶ 

ପରକିଆ ପ୍ରୀତି ଆଇନ୍ ସଙ୍ଗତ

ମା'ଦେହ ଦେଖ ରକ୍ତାକ୍ତ

ପତ୍ନୀ କପଟରେ ପତି ହୃଦୟଟା

     ଗରଳ ସମ ବିଷାକ୍ତ

    ମନକୁ ବୁଝାଇ ଆସ

ସାଧାରଣତନ୍ତ୍ରେ ଶରଧାକୁ ଥୋଇ

କରମ ଆଦରି ବସ

ପାଳନ କରି ଦିବସ

ମିଠା ପ୍ରତିଶୃତି ଭାଷଣ ବଖାଣି

    ଶ୍ରେୟପାଇ ଦେବା ଝାସ....।



Rate this content
Log in