STORYMIRROR

susmita mohapatra

Others

3  

susmita mohapatra

Others

ବିବର୍ତ୍ତନ

ବିବର୍ତ୍ତନ

1 min
12.2K

ଜଡ଼ରୁ ଚେତନ, ଜଳରୁ ଜୀବନ

ସବୁ ସୃଷ୍ଟିରେ ନିହିତ,

ପଥରରୁ ଅସ୍ତ୍ର, ପତରରୁ ବସ୍ତ୍ର

ଆମ ପାଇଁ ତ ଇତିହାସ ବର୍ଣ୍ଣିତ l

ଝରଣାର ଝର ଏବେ

ଆକ୍ଵାଗାର୍ଡ଼ ନୀର,

ନିଆଁରେ ପୋଡା ମାଉଁସ

ମାଇକ୍ରୋୱେଭ ତନ୍ଦୁର l

କୁଡ଼ିଆ ଆଜି ସ୍ବପ୍ନ ମହଲ,

ଆଉ ରକେଟ କି ରୋବଟ

ସବୁ ବୁଦ୍ଧିଆ ମଣିଷର କମାଲ l

ବିବର୍ତ୍ତନର ଧାରାରେ ଆଦିମାନବ

ଏବେ ଅତ୍ୟାଧୁନିକ ମ୍ୟାନ,

ତା'ପାଶେ ନାହିଁ ସେ ଅତୀତର

ଏକଇ ସୁଯୋଗ ପ୍ରଦାୟିନୀ

ସ୍ଥିର ବାର୍ତ୍ତାଳାପ ଯନ୍ତ୍ର ଆଉ

ଅଛି, ବହୁମୁଖୀ ସୁବିଧା ସମ୍ପନ୍ନ

ଚଳମାନ ଫୋନ l

ନା ମଲ ନା ସିନେମା ହଲ,

ନା ବ୍ୟାଙ୍କ ନା କ୍ଵାକ,

ନା ଯାଦୁଘର ନା ପାଠାଗାର,

କାହିଁ ବି ଯିବାର ନାହିଁ ପ୍ରୟୋଜନ,

ସବୁ ଆଙ୍ଗୁଠି ଟିପରେ, ବେଳ ଅବେଳରେ

ସମ୍ମୁଖେ ଦଣ୍ଡାୟମାନ ll



Rate this content
Log in