STORYMIRROR

baishnaba meher

Others

4  

baishnaba meher

Others

ବିବ୍ରତ

ବିବ୍ରତ

1 min
395

ରାତିରେ ନିଦ ନାହିଁ,

ଛଦ୍ମବେଶୀ ଚିନ୍ତା ମୁଣ୍ଡକୁ ଖାଇଗଲାଣି,

ଆଖିକୋଣ ରକ୍ତବର୍ଣ୍ଣରେ ବର୍ଣ୍ଣିତ,

କଡ଼ ଲେଉଟି ଲେଉଟି ରାତିସାରା,

ଅଧା ରାତି ପାହି ଗଲାଣି ।


ସଫଳ ଅବା ବିଫଳ,

ଭାବି ଭାବି ସ୍ବପ୍ନସବୁ ଶୋଇଗଲେଣି,

କିମଂକର୍ତବ୍ୟ ବିମୁଢ଼ ମୁଁ,

ଶୋଇ ପାରୁନି ଚେଇଁ ପାରୁନି,

ଅନିଦ୍ରାଶ୍ରୁ ଧାର ଧାର ବହିଗଲାଣି ।


ମନେ ମନେ କହିଉଠେ,

ରାତି ତାରାସବୁ ଆକ୍ଷେପ କଲେଣି,

ଦୂର ଆକାଶୁ କହୁଛନ୍ତି,

ହେ ମଣିଷ ଭାବ ଥରେ ,

ମଙ୍ଗଳ ଯାତ୍ରା ସମ୍ଭବ ହେଲାଣି ।


ବିବ୍ରତେ କି ଲାଭ ,

କେତେ ଅସଫଳ ସଫଳ ହେଲେଣି,

ଏକଦିନେ କୋଣାର୍କ ଗଢିନି,

ଯେତେ ପ୍ରତିବନ୍ଧ ଆସୁ ପ୍ରଗତିପଥେ,

ମୁଁ ମୋ ପ୍ରଚେଷ୍ଟା ଛାଡିବିନି ।



Rate this content
Log in