STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ବିବର୍ଣ୍ଣା ଧରିତ୍ରୀ

ବିବର୍ଣ୍ଣା ଧରିତ୍ରୀ

1 min
27.5K


ଦୁର୍ଦିନର ଦ୍ଵାର ଦେଶେ

ମହାପ୍ରଳୟର ଅଗଣାରେ

ଶୂନ୍ୟତା ଓ ହତାଶାର ଚକ୍ରବ୍ୟୁହ

ନିଥର ନିଃଶଙ୍ଗ ପଙ୍ଗୁ ଓ ଅଥର୍ବ

ଶୌର୍ଯ୍ୟ ବୀର୍ଯ୍ୟ କାନ୍ତିହୀନ

ସୂର୍ଯ୍ୟ ଚନ୍ଦ୍ର ଗ୍ରହ ଓ ନକ୍ଷତ୍ର

ଜଳ ସ୍ଥଳ ଆକାଶ ମାଟି ପାଣି ଓ ପବନ ।

କ୍ଷୁଧାରେ ଆତୁର ମଣିଷ

ନିତି ନିତି ପରିବର୍ତ୍ତନ

ନୂଆ ନୂଆ ଉଦ୍ଭାବନ

କମାଣର ବିଧ୍ବଂସକାରୀ ଗର୍ଜନ

ବୋମା ବର୍ଷଣର ବିକଟାଳ ରୂପ

ସଭ୍ୟ ସୁଶିକ୍ଷିତ ଭଦ୍ର ମୁଖା ଆଜିର

ସ୍ଵାର୍ଥାନ୍ଧ ମଣିଷ ,

ଅଜ୍ଞତାର ରେଶମୀ ପୋଷାକ ତଳେ

ଦୁଃଖେ ଜର୍ଜରିତା

ସର୍ବଂସହା ବସୁନ୍ଧରା ,

ଅଥଚ , ପ୍ରତିକ୍ରିୟା ହୀନ

ନିଷ୍ରିୟ ନିର୍ବାକ ଓ ନିସ୍ତେଜ ।

ଚିର ବନ୍ଦିନୀ ଏ ସବୁଜ ବନାନୀ

ଔଦ୍ଧତ୍ୟର ବିଷ ବଳୟ ଘେରରେ ,

ପରିବେଶ ପରିସଂସ୍ଥା ଓ ଜୈବବିବିଧତା

ସଂକ୍ରମିତ ଭୀତତ୍ରସ୍ତ ଓ ଆତଙ୍କିତ

ଧୂଆଁ ଧୂଳି କେତେ ବିଷାକ୍ତ ବାଷ୍ପର

ଆତଙ୍କବାଦୀ ଆକ୍ରମଣରେ ,

ପ୍ରଚଣ୍ଡ ଗ୍ରୀଷ୍ମର ଲେଲିହାନ ଶିଖା

କାଳବୈଶିଖୀର କରାଳତା

ବିପର୍ଯ୍ୟସ୍ତ ଏ ଜୀବଜଗତ ଓ ବାୟୁମଣ୍ଡଳ

ପ୍ରାକୃତିକ ରୁ ଅପ୍ରାକୃତିକ

ଅମୃତ୍ୟୁରୁ ମୃତ୍ୟୁର ସଂଧାନ

ଆଧୁନିକତାର ଚରମ ପିପାସା

ଧ୍ଵଂସର ସବୁଜ ସଂକେତ

ପ୍ରାକୃତିକ ସମ୍ପଦର ଲଗାମହୀନ ଶୋଷଣ

ଖଣିଜ ପଦାର୍ଥର ଭାରସାମ୍ୟ ହୀନ

ଅଯଥାର୍ଥ ଉତ୍ତୋଳନ

ଆଦିମତାରୁ ଉଗ୍ର ଆଧୁନିକତା

ଯକ୍ଷ୍ମା କର୍କଟ ହୃଦଘାତର କରାଳ ବିଭୀଷିକାରେ

କ୍ଷତାକ୍ତ ଯନ୍ତ୍ରଣାକ୍ତ ରକ୍ତାକ୍ତ ଓ ମୃତ

ଆଜିର ଉଦ୍ଭ୍ରାନ୍ତ ମଣିଷ

ବଂଚିବାର ସବୁ ରାସ୍ତା ବନ୍ଦ ।

ପରିବେଶ ସୁରକ୍ଷା ଜୀବନ ରକ୍ଷା

ପାଦପ ରୋପଣ ସୁଦୀର୍ଘ ବିକଳ୍ପ

ବିପର୍ଯ୍ୟସ୍ତ ବିଦୀର୍ଣ୍ଣା ଧରିତ୍ରୀର ନବ ଉନ୍ମେଷ

ଅସଚେତନତାରୁ ସଚେତନତା

"ଧାରଣୀୟ ବିକାଶ "ର ଯାଦୁକାରୀ ମନ୍ତ୍ର

ସବୁଜ ସୁଷମାର ମହାର୍ଘ ସମ୍ଭାର

ଏକ ନୂତନ ସୂର୍ଯ୍ୟୋଦୟ

ସମ୍ଭାବନା ନୂଆ ସକାଳର

ଜୀଇଁବାର ମଧୁର ମୂର୍ଚ୍ଛନା

ଚିର ଶାଶ୍ଵତ ଅମୃତର ବର୍ଷା

ମୃତ୍ୟୁରୁ ଅମୃତ୍ୟୁକୁ ଯାତ୍ରା

ହେଉ ଆଜିର ଆହ୍ଵାନ

କୁଢ କୁଢ ହାଡ ଓ ମାଂସର ଗଦାରୁ

ସୃଷ୍ଟିହେଉ ସୃଜନର ମଧୁର ସମ୍ମୋହନ।।

ଶରତ କୁମାର ଦାସ

ବଡବିଲ ମହାବିଦ୍ୟାଳୟ ,ବଡବିଲ ।


Rate this content
Log in