STORYMIRROR

Jyotiranjan Acharya

Others

3  

Jyotiranjan Acharya

Others

ବିଭକ୍ତ ବାର୍ଦ୍ଧକ୍ୟ

ବିଭକ୍ତ ବାର୍ଦ୍ଧକ୍ୟ

1 min
180

ସମୟର ବଡ ପରଦାରେ 

କେତେ ଚିତ୍ର ହସ ଖୁସି ଲୁହ ବିଷାଦର

ମୋ କାନ୍ଥରେ ଟଙ୍ଗାଅଛି କ୍ୟାଲେଣ୍ଡର ଶତାବ୍ଦୀର 

କେତେ କଥା ମିଳନର ବିଚ୍ଛେଦର

ଶୁଣାଇଛି ଲେଖଦେଲେ ପୋଥିଟିଏ ହେବ

ରାଜା ରାଣୀ ପାତ୍ର ମନ୍ତ୍ରୀ ଆଡ୍ଡା ବି ଦେଖିଛି 

ଦାସ ଦାସୀ ବିଚରାଙ୍କ ବାହୁନା ଶୁଣିଛି

ଏକତାର ଅଭେଦ୍ୟ ପ୍ରାଚୀର ଭିତରେ 

ନିଜକୁ ମୁଁ ଖଣ୍ଡ ଖଣ୍ଡ ବିଭକ୍ତ କରିଛି

ପ୍ରାଚୁର୍ଯ୍ୟର ପ୍ରାସାଦ ସେପଟେ

କୁଡିଆରେ ସର୍ବହରା ସପନର ସାକ୍ଷୀ ବି ହୋଇଛି 

ଷଠିଘର, ବାହାଘର, ସୁଧଘର ସବୁ କିଛି ଦେଖି 

ମୁଁ ଏବେ ଜର୍ଜରିତ ବାର୍ଦ୍ଧକ୍ୟରେ ଗ୍ରସ୍ତ 

ଲମ୍ବା ଏକ ଦିନ ଥିଲା ବଡ କାର୍ଯ୍ୟବ୍ୟସ୍ତ 

ଅବୟବ ହେଲାଣି ଅବଶ

ଦିଗବଳୟେ ସୂର୍ଯ୍ୟ ପ୍ରାୟ ଅସ୍ତ

ପରିତ୍ୟକ୍ତ ଅବସ୍ଥାରେ ତଥାପି ଆଶ୍ୱସ୍ତ 

ଚାରିପଟେ ନୂଆ ନୂଆ ପରିପ୍ରେକ୍ଷୀ ନୂଆ ସମ୍ଭାବନା 

ନୂଆ ନୂଆ କଳାକାର ନେଇ ନୂଆ ନୂଆ ନାଟକ ପ୍ରସ୍ତୁତ 

ମୁଁ ଏବେ ଦର୍ଶକଙ୍କ ଗ୍ୟାଲେରୀରେ 

ଜରାଗ୍ରସ୍ତ ଜରଦଗବ ମାତ୍ର ଏକ ଦ୍ରଷ୍ଟା ଉପବିଷ୍ଟ।



Rate this content
Log in