STORYMIRROR

BISWESWAR MAJHI

Others

3  

BISWESWAR MAJHI

Others

ବିଭୀଷଣ ଗୃହଭେଦୀ

ବିଭୀଷଣ ଗୃହଭେଦୀ

1 min
11.8K

,      ବିଭୀଷଣ: ଗୃହଭେଦୀ

ଗୃହଭେଦୀ ବିଭୀଷଣ କଳଙ୍କର ଟୀକା

ଯୁଗେଯୁଗେ ତବ ଶିରେ ରହିବ ଏ ଲେଖା ।

ଲଙ୍କାରେ ଜାତ ତଥାପି ରାମଙ୍କ ଭକତ

ଅସୁର ଜନମେ ସତ୍ୟ ପ୍ରତି ଅଭିପ୍ରେତ। 

ରାବଣ ସଭାରେ କହି ସତ୍ୟ ନ୍ୟାୟ କଥା

ସୀତା ସତୀ ନାରୀ ନିଶ୍ଚେ ଘେନିବେ ସେ ମଥା ।

ସସମ୍ମାନେ ଫେରାଇବା ପରାମର୍ଶ ଦେଇ

ମହାଯୁଦ୍ଧରୁ ଦେଶକୁ ଦେବାକୁ ଏଡାଇ। 

ଗଳା ଧକ୍କା ଫଳ ହେଲା ଦେଶାନ୍ତର ଦଣ୍ଡ

ରହିଥିଲେ ନିଶ୍ଚେ ତବ ଯାଇଥାନ୍ତା ମୁଣ୍ଡ। 

ରାଜ୍ୟର ନୀରିହ ପ୍ରଜା ନ ପାଆନ୍ତୁ ତ୍ରାସ 

ସେ ପାଇଁ ଶରଣ ଗଲ ଶ୍ରୀରାମଙ୍କ ପାଶ ।

ଅଧର୍ମ ଯୁଦ୍ଧରେ ରତ ଆସୁରିକ ଶକ୍ତି 

ଭେଦ ତାଙ୍କ ବତାଇଲ ଥାଇ ରାମ କତି ।

ଅତିକାୟ କୁମ୍ଭକର୍ଣ୍ଣ ବୀର ଇନ୍ଦ୍ରଜିତ

ଭୀଷଣ ସମରେ ମହାରଥୀ ହେଲେ ହତ ।

ଶେଷରେ ରାବଣ ମଲା ଲଙ୍କା ସୁରକ୍ଷିତ 

ସୁଖରେ ପାଳିଲ ପ୍ରଜା ସର୍ବେ ହରଷିତ। 

ସହଜେ ଅମର ବର ଜୀବିତେ ଲାଞ୍ଛନ

କିପରି ସହୁଛ ତୁମେ ଆହେ ବିଭୀଷଣ !



Rate this content
Log in