ବିଭାଜିତ ହେବା ନାହିଁ
ବିଭାଜିତ ହେବା ନାହିଁ
1 min
221
ଅଗଷ୍ଟ ମାସର ପନ୍ଦର ତାରିଖ
ଉଣେଇଶ ସତ୍ଚାଳିଶ
ଇ଼ଂରେଜ ହାତରୁ ମୁକ୍ତିଲାଭ କରି
ହୋଇଲା ସ୍ଵାଧୀନ ଦେଶ ।
ସ୍ଵାଧୀନତା ପାଇଁ ପ୍ରାଣ ବଳି ଦେଇ
ଲଢ଼ି ଥିଲେ କେତେ ବୀର,
ଅସହଯୋଗର ଆନ୍ଦୋଳନ କରି
ଭୋଗିଥିଲେ କାରାଗାର ।
ତାଙ୍କ ତ୍ୟାଗ ପାଇଁ ଆମେ କରୁ ଗର୍ବ
ସ୍ଵାଧୀନ ଭାରତ ଦେଶ,
କାହିଁ ପାଇଁ ହେଲା ଦେଶ ବିଭାଜନ
କାହାର ଥିଲା ସେ ଦୋଷ ।
ଆଜି ଆର୍ଯ୍ୟବର୍ତ୍ତ ନୋହି ବିଭାଜିତ
ଥାନ୍ତା ଯଦି ଏକ ହୋଇ,
ବିଶ୍ଵରେ ବିଖ୍ୟାତ ହୋଇ ରହିଥାନ୍ତା
ଶକ୍ତି ଓ ସାମର୍ଥ୍ୟ ପାଇଁ ।
ଚାଲ ଆଜି ସର୍ବେ ଶପଥ କରିବା
ଦେଶର ଏକତା ପାଇଁ ,
ବିବିଧତା ମଧ୍ୟେ ଏକତା ରଖିବା
ବିଭାଜିତ ହେବା ନାହିଁ ।
