ବିବେକ ଓ ହୃଦୟ
ବିବେକ ଓ ହୃଦୟ
ବିବେକ ଓ ହୃଦୟ ର କଥପକଥନ ବେଳେ
ପଚାରିଲା ଦିନେ ବିବେକ ହୃଦୟକୁ
କହଲୋ ହୃଦୟ ତୁ ଆଉ କେତେ ଜଣଙ୍କ
ହାତରେ ଖେଳନା ସାଜିବୁ
କେତେ ଜଣ ତତେ ଭାଙ୍ଗିବେ
କହ ତତେ କଣ କଷ୍ଟ ହେଉନି
ତୋ ଆଖିରେ କଣ ଆଉ ଲୁହ ନାହିଁ,,
କିଏ ତୋ ଭାବନା ସଙ୍ଗେ ଖେଳିଲା ତ
କିଏ ତୋ ସ୍ବପ୍ନ ସଙ୍ଗେ ଖେଳିଳା
ପୁଣି କିଏ ତୋ ଅସ୍ତିତ୍ବ ସଙ୍ଗେ ଖେଳିଲା,,
ଖେଳିଖେଳି ମନ ଭରିଗଲେ
କରିଦିଅନ୍ତି ତୋ ମନକୁ ସେ
ଚୁନାଚୁନା ଆଉ ଫିଙ୍ଗି ଦିଅନ୍ତି କେଉଁ
ଏକ ଅପନ୍ତରା ରାସ୍ତା କଡରେ,,
ତତେ ଦର୍ଶେଇ ଦେଇ ଯାନ୍ତି ସତରେ
ତୁ କେତେ ବୋକି ତୋ ସ୍ତାନ କେବଳ
ଏଇ ରାସ୍ତା କଡରେ,,
ଆଉ କେତେ କଷ୍ଟ ସହିବୁ ତୁ
ସେ ର୍ନିଲଜ ହୃଦୟ ହୀନ ନିଷ୍ଠୁର
ଖେଳାଳୀ ମାନଙ୍କ ପାଇଁ
ଯାହା ପାଖେ ଭାବନାର କିଛି ମୂଲ୍ୟ ନାହିଁ
ଯିଏ ଭାଙ୍ଗିବା ଛଡା କେବେ ଯୋଡିବା
ଶଖିନି,,
ଲୁହ ଛଳଛଳ ଆଖିରେ ଓଠରେ
ମୃଦୁ ହସର ଝଲକ ଟିକେ ଖେଳାଇ
ଦେଇ କହିଲା ହୃଦୟ.......
ବାସ ଏଇ ତ ଫରକ ସେମାନଙ୍କର ଓ
ମୋ ଭିତରେ,
ମୁଁ କିଛିସମୟ ହେଉ ପଛେ କାହା
ଅଧରର ହସ ତ ହେଇପାରୁଛି
କାହା ମନର ଖୁସି ଭରିଦଉଛି
ମୁଁ ଜୋଡିବାରେ ବିଶ୍ବାସ କରେ
ଭାଙ୍ଗିବାରେ ନୁହେଁ
କିଏ କହିଲା ମତେ କଷ୍ଟ ହୁଏନି ବୋଲି
ମତେ ବି କଷ୍ଟ ହୁଏ
ତଥାପି ମୁଁ ଖୁସି ଯେ ମୁଁ କାହା କାମରେ
ତ ଆସିପାରିଲି,,
କ୍ଷତବିକ୍ଷତ ଶରୀର କୁ ନେଇ ନିଜକୁ
ପୂଣି ଥରେ ପ୍ରସ୍ତୁତ କରେ
ଆଉ କାହା ହାତର ଖେଳନା ହୋଇ
ତାର ମନ ବହଲେଇବାକୁ ତା ପରେ
ଭାଙ୍ଗିରୁଜି ରାସ୍ତା କଡରେ ପଡିବାକୁ ।।
