STORYMIRROR

Shubhra Suchitra Mahanta

Others

3  

Shubhra Suchitra Mahanta

Others

ବିବାହ

ବିବାହ

1 min
362

ବିବାହ ନୁହେଁ କେବଳ ଆତ୍ମାର ମିଳନ

ଜଗତ କହେ ଏହାକୁ ପବିତ୍ର ବନ୍ଧନ


ବିଶ୍ବାସ ଓ ଭରସାର ଅତୁଟ ସମ୍ପର୍କ 

ବିବାହ ବନ୍ଧନ ହୁଏ ସମାଜ ସ୍ୱୀକୃତ 


ଯୋଡ଼ି ହୁଅନ୍ତି ଏକାଠି ଦୁଇ ପରିବାର

ନଥାଏ ସୀମା ସେ ଆନନ୍ଦ ସମୟର


ହୃଦୟ ବି ସଭିଙ୍କର ଲାଗେ ଉଲ୍ଲସିତ

ମନ ଟିଏ ପାଇଥାଏ ତା ମନର ମିତ


ନାରୀ ମଥାରେ ସାଜେ ନାଲି ସିନ୍ଦୁର

ପ୍ରତୀକ ଅଟେ ଯାହା ଶାଶ୍ୱତ ପ୍ରେମର 


ହାତ ଗଣ୍ଠି ପଡି ଥାଏ ଜନ୍ମ ଜନ୍ମ ପାଇଁ 

ସୁଖେଦୁଃଖେ ଏକାସାଥେ ଚାଲିବା ପାଇଁ 


ସୁତାଟିଏ ଝଲସେ ହୋଇ ବରଣମାଳା

ବିଧାତାଙ୍କ ସୃଷ୍ଟି ଏ ସାର୍ବଜନୀନ କଳା 


ହୋମ ଅଗ୍ନି ରହିଥାଏ ବିବାହର ସାକ୍ଷୀ 

କୁଳବଧୂ ସାଜେ ନାରୀ ଯୌବନ ସମର୍ପି 


ଶାହାନାଇ ବାଜି ହୁଅଇ ଶୁଭ ଲଗନ 

ମିଶି ଦୁଇ ପ୍ରାଣ ହୋଇଥାନ୍ତି ଏକ ପ୍ରାଣ 


ନୂଆ ଏକ ଜୀବନର ହୁଏ ଶୁଭାରମ୍ଭ

ବିପଦେ ଏକ ହେବାକୁ ରଖିଥାନ୍ତି ଦମ୍ଭ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍