ବିବାହ
ବିବାହ
1 min
191
ଵିବାହ ଏକ ପବିତ୍ର ବନ୍ଧନ
ବିଧାତାର ଘଟସୂତ୍ର
ସେହି ବନ୍ଧନରେ ବନ୍ଧାହୋଇ ପ୍ରାଣୀ
କରଇ କାଳାତିପାତ ।
ଦୁଇଟି ମନର ମିଳନରେ ଛନ୍ଦି
ହୁଅଇ ଏକଇ ପ୍ରାଣ
ସତ୍ୟକରି ଦୁହେଁ ଏକଡୋରେ ବାନ୍ଧି
ଚାଲନ୍ତି ସାରାଜୀବନ ।
ସୁଖରେ ଦୁଃଖରେ ଏକାକାର ହୋଇ
କରନ୍ତି ସଦା ସଂଗ୍ରାମ
ସଭଁଙ୍କ ମନକୁ ନେଇ ଚଳନ୍ତି ସେମାନେ
ଏତ ସଂସାର ନିୟମ ।
ଦୁଇଟି ମନର ଏକ ହିଁ ଆତ୍ମା
ଏତ ବିବାହର ରୀତି
ଏକପତି ବ୍ରତ କରଇ ମନୁଷ୍ୟ
ଏତ ଭାରତର ସଂସ୍କୃତି ।
