Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hasyamayee Raj

Others

5.0  

Hasyamayee Raj

Others

ବିବାହ

ବିବାହ

1 min
118


ବନ୍ଧନ ଏ ନୁହେଁ

ଚାରୋଟି ହାତର

ଯୁଗ ଯୁଗ ପାଇଁ

ବନ୍ଧନ ଏ ତ

ଦୁଇ ହୃଦୟର

ଏକ ନୂଆ ଆରମ୍ଭର

ଅନ୍ତଃସ୍ବର ସେ

ବିଶ୍ବାସ ଆଉ ପ୍ରତିବଦ୍ଧତାର ।

ସମାଜର ଇଏ

ସ୍ବୀକୃତି ସୂତ୍ର

ପ୍ରେରଣାର ଇଏ ମୁକ୍ତିପଥ

ଶାନ୍ତି ତୃପ୍ତିର ଶ୍ରଦ୍ଧା ସୁମନ ସେ

ମହାମନ୍ତ୍ର ସଂସ୍କାରର

"ବିବାହ" ନାଆଁ ତା

ସମ୍ଭାବନା ତୋଳେ ସୃଷ୍ଟିର ।

ସମର୍ପଣର ବାସ୍ନାରେ

ନିନାଦିତ ହୁଏ ଦୁଇ ପ୍ରାଣ

ସାଧନା ଓ ତପଶ୍ଚର୍ଯ୍ବୀ ଜୀବନେ

ବିସ୍ତୃତି ତାର ମହୌଷଧି ଦିଏ

ଜୀବନକୁ ଜିଇଁବାର ।

ଛୁଇଁଯାଏ ଏହା

ଦୁଇ ପରିବାର

ବ୍ୟାପିଯାଏ ପୁଣି

ସମାଜରୁ ରାଷ୍ଟ୍ର

ସୌଦାଗର ସେ

ସ୍ବର୍ଗ ସୁଷମାର

ଜୀବନ୍ତ ଚିତ୍ର ସେ

ଶାଶ୍ବତ ପ୍ରେମର ।।

    


Rate this content
Log in