ବିବାହ
ବିବାହ

1 min

122
ବାଛି ଶୁଭ ଦିନ ଆସଇ ଲଗନ
ବାହାଘର ତିଥି ନେଇ
ବନ୍ଧୁ ବାନ୍ଧବରେ ଘର ପୂର୍ଣ୍ଣ ହୁଏ
ଖୁସିର ସଙ୍ଗିତ ଗାଇ ।
ମାଟିର ବେଦୀରେ ହୋମନିଆଁ ଜାଳି
ଯୋଡେ ବିବାହ ବନ୍ଧନ
ଦୁଇ ମନ ସାଥେ ଦୁଇଟି ଆତ୍ମାର
ହୁଅଇ ସେଠି ମିଳନ ।
ଗୁରୁଜନଙ୍କର ଆଶିଷକୁ ନେଇ
ଦଶ ଦିଗପାଳ ସାକ୍ଷୀ
ନାରୀର ଇଶ୍ବର ଅଟଇ ତା'ପତି
ସାତ ଜନମର ସାଥି
ପ୍ରେମ୍ କବି ଜଗବନ୍ଧୁ ସାହୁ
ଛଞ୍ଚାଣିଆ ପଲ୍ଲୀ ।