STORYMIRROR

Bunee Tripathy

Others

3  

Bunee Tripathy

Others

ବିବାହ

ବିବାହ

1 min
168

ଦୁଇଟି ଜୀବନ ହେବାପାଇଁ ଏକ

     ହାତରେ ହାତ ରଖିଲ

ଅଜଣା ହୋଇବି ଏକାଠି ହେବାକୁ

    ଅଗ୍ନିକୁ ସାକ୍ଷୀ ରଖିଲ।

ପତିପତ୍ନୀ ହୋଇ ସଂସାର ତରୀକୁ

   ଆଗକୁ ବାହି ତ ନେଲ

ସିନ୍ଦୁର ହୋଇଣ ପତ୍ନୀର ମଥାରେ

   ଦାଉଦାଉ ପରା ହେଲ।

ସ୍ବାମି ପାଦ ତଳେ ପତ୍ନୀର ପରାଣ

  ନାହିଁ ତାର ଅନ୍ଯ ଗତି

ସେହି ତାର ସ୍ବର୍ଗ ସେହି ତାର ପୂଣ୍ଯ

   ଦେବତା ପାଇଁତ ସତୀ।

ଦୁଇ ପରିବାର ବନ୍ଧନ ଡୋରିରେ

  ବାନ୍ଧିଦେଲେ ଦୁଇମନ

ପରିଚୟ ହୀନ ଦୁଇଟି ଆତ୍ମାକୁ

   ବିବାହ ବାନ୍ଧେ ଜୀବନ।

କୂଳ ଦେବତାଙ୍କୁ ସାକ୍ଷୀ ରଖିପରା

   ଖଇ ଆଞ୍ଜୁଳୀ ସେ ଦେଲା

ଲବଣୀ ଚାଉଳ ପକାଇ ପରା ସେ

   ସାତ ଜନ୍ମେ ସାଥି ହେଲା।

ବିବାହ ନୁହଁଇ ପିଲାଖେଳ କେବେ

   ସାତ ଜନ୍ମର ବନ୍ଧନ

ଦୁଃଖ ସୁଖ ସବୁ ଆବୋରି ନେବେ ସେ

   ହେବେ ନାହିଁ ଆନମନା।

ପତ୍ନୀର ବେକରେ ମଙ୍ଗଳସୁତ୍ରକୁ

   ବାନ୍ଧିଦେଲା ନିଜ ପାଇଁ

ମଥାରେ ସିନ୍ଦୁର ହାତରେ କଙ୍କଣ

  ସଧବା କରିଲା ସେହି।

ଦୁବଚାଉଳରେ ଆଶିଷ ଢାଳିଲେ

   ଥିବ ତୁମେ ଏକ ହୋଇ

ବିବାହ ତୁମର କାଳଯୟୀ ହେଉ

   ଅମର କିରତି ନେଇ



Rate this content
Log in