STORYMIRROR

Niranjan Sahu

Others

2  

Niranjan Sahu

Others

ବିବାହ ବୟସ ଓ ନିୟମ

ବିବାହ ବୟସ ଓ ନିୟମ

1 min
14.4K


ଗାଁରୁ ହଜିଲା ଗୋରୀ କନିଆଁ

ଗାଁ ଯାକ ଟୋକା ହେଲେ ଛାନିଆଁ

କାହା ସଙ୍ଗେ ସିଏ ପଳେଇଗଲେ

ଗାଁରେ ନିଆଁ ଲଗେଇଦେଲା......

ସାହୀପଡ଼ିଶା ଟାହି ଟାପରା ହେଲେ

ଟୋକା ମାନେ ସବୁ ଅଣ୍ଟା ଭିଡ଼ିଲେ..

ଗାଁର ଇଜ୍ଜତ ପଦାକୁ ଗଲା

ମାନ ସନମାନ ତଳେ ପଡ଼ିଲା

ରାଇଜଟା ସାରା ଖୋଜା ପଡିଲା

ଶେଷରେ କନିଆଁ ଧରା ପଡିଲା..

ପାଖ ଗାଁ ପିଲା ସାଙ୍ଗରେ ଥିଲା

ପିଲାଟିର ଜାତି ଅଲଗା ଥିଲା

ଗାଁର ମଝିରେ ସଭା ବସିଲା

ଗାଁ ସଭା ତାଙ୍କୁ ଆକଟ କଲା..

ଦାରୋଗା ବାବୁ ସବୁ କଥା ଜାଣିଲେ

ଗାଁକୁ ଆସି ତାଗିଦ କଲେ...

ସରକାରୀ ନିୟମ ବୁଝେଇ ଦେଲେ

ଗାଁ ଲୋକ ମନଦେଇ ଶୁଣିଲେ

ଅଠର ବୟସ ଝିଅର ଥିବ

ଏକୋଇଶ ବର୍ଷ ପୁଅର ହେବ

ତେବେ ଯାଇ ବାହାଘର ହୋଇବ..

ନିଜ ଇଛାରେ ବାହା ହୋଇପାରିବେ

ଯିଏ ବିରୁଦ୍ଧ କରିବ ଜେଲ ଯିବେ

ଗାଁ ଲୋକ ସବୁ କଥା ବୁଝିଲେ

କାନ ମୁଣ୍ଡ ଆଉଁଷି ଚୁପ୍ ରହିଲେ....

       ନିରଞ୍ଜନ.


Rate this content
Log in