STORYMIRROR

Prasanta kumar Hota

Others

3  

Prasanta kumar Hota

Others

ବିବାହ ବାନ୍ଧୁଛି

ବିବାହ ବାନ୍ଧୁଛି

1 min
28K


ବିବାହ ବାନ୍ଧିଛି ସ୍ୱପ୍ନିଳ ବନ୍ଧନେ

ହେବାକୁ ସଂସାରେ ସଲିଳ

ପାଇକି ପାରୁଛି ସ୍ୱପ୍ନ ସମ ସୁଖ

ସମ୍ବନ୍ଧ ହେଲେ ସମାକୁଳ


କେତେ ଯତନରେ କନ୍ୟା ଦେଖା ଦେଖି

ପାଇବାକୁ ଜୀବନ ସାଥୀ

ଚରିତ୍ର ସଂସ୍କାର ଭାଗ୍ୟ ବିଡମ୍ବନା

ସହିବେ ସର୍ବେ ମଥା ପାତି


ଦେଉଥିବେ କହି ପ୍ରେମ ନିବେଦନ

ସଂସାର ଜଂଜାଳେ ଶାଙ୍କୁଡି

ଦୈହିକ ଦହନ ସନ୍ତାନ ଜନମ

ସବୁରି ଆରମ୍ଭ ଏନ୍ତୁଡି


ରହ ରହ କ୍ଷଣେ ସଂସାର ସାରଥି

ତୋ ସାଙ୍ଗେ ପାରୁନି ଦଉଡି

ତୁ ଯେତେ ଦରବ ଯଚେଇ ହେଲେବି

ପଡୁଚି ପାଖରେ କଚାଡି


ବିବାହ ବାରୁଛି ବିବାହ ଅରଥ

ସବୁଠି ଦେଖେ ସମଝୋତା

କରି ନପାରିଲେ ନିଜ ଦୋଷ ସିନା

ଚାଲାକି ପଣରେ ଅନ୍ୟଥା


ସବୁ ସୁଖ ଶାନ୍ତି ପଇସା ଉପରେ

ଖର୍ଚ୍ଚ କରୁଥିଲେ ବାରେଣୀ

ଯଉଦିନ ଠାରୁ ଖରଚ କମିବ

ଯମୁନା ଜାଣିବ ଉଜାଣି


ଭିନ୍ନ ମତି ଗତି ରହିଲେ ଦମ୍ପତି

ତିକ୍ତତା ସାଜେ ସର୍ବଂକଷି

ସମାନ ଅନ୍ତର ସରଳ ରେଖାଟି

ଯେମନ୍ତ ବଢଇ ଅମିଶି


ପ୍ରଶାନ୍ତ କୁମାର ହୋତା


Rate this content
Log in