STORYMIRROR

Bikhyat Bihari Mishra

Others

3  

Bikhyat Bihari Mishra

Others

ଭୟଙ୍କର କିଏ

ଭୟଙ୍କର କିଏ

1 min
13.3K


କାଳ୍ପନିକ

********************

ଜଙ୍ଗଲ ରାସ୍ତାରେ ଅନ୍ଧାର ରେ ଦିନେ

ଫେରୁଥିଲି ମୁଁ ଯେ ଘର

ଭୁତ ପ୍ରେତ ଅବା ବାଘ ଭାଲୁ କଥା

ଭାବି ଲାଗୁଥିଲା ଡର ।।

ସତକୁ ସତ ମୁଁ ପଡ଼ିଗଲି ଗୋଟେ

ମହାବଳ ହାବୁଡ଼ରେ

ଜୀବନ ବଞ୍ଚାଇ ଚଢ଼ିଗଲି ପାଖ

ଗଛ ରେ ମୁଁ ବିକଳ ରେ ।।

ବାଘ ଭୂଇଁ ରାମ୍ପି ଲାଙ୍ଗୁଡ଼ ପିଟିଲା

କଲା ସେ ବଡ଼ ଗର୍ଜନ

କିଛି କ୍ଷଣ ପରେ ନିରବ ରେ ସିଏ

ଛାଡିଲା ସେ ସେହି ସ୍ଥାନ ।।

ଘରକୁ ଯିବାକୁ ଭାବିଲି ଏଣିକି

ନିଜକୁ ବିପଦ ମୁକ୍ତ

କିଛି ବାଟ ପରେ ଘେରିଲେ ତ ମତେ

ଦଳ ବାନ୍ଧି ଡକାୟତ ।।

କାକୁତି ମିନତି ହୋଇ ମୁଁ କହିଲି

ଛାଡିଦିଅ ତୁମେ ମତେ

କିଛି ନାହିଁ ପାଶେ ମୁଁ ଅତି ଦରିଦ୍ର

ଲୁଟୁଚ କାହିଁକି ଏତେ ।।

ମାଡ଼ ଗାଳି ବହେ ଖାଇଲି ତାଙ୍କଠୁ

ଦି ଦିନ ଗଲାନି ବଥା

ପରଧନ ଆଉ ପର ନାରୀ ଯିଏ

ଲୁଟୁଚି ଟେକେ ସେ ମଥା ।।

ବାଘ ସିନା ପଶୁ ମନେ ଥାଇପାରେ

କିଛି ତାର ଦୟା ମାୟା

ବାଘ ଠାରୁ ବଳି ଭୟଙ୍କର ଏଇ

ଲୁଟେରା ବିସ୍ତାରେ କାୟା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍