STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ଭୟ

ଭୟ

1 min
361


ଦିନେ ଗୋପପୁର କୋକୁଆ ଭୟରେ ହେଉଥିଲା ପରା ଥରହର

ତେଣେ ମଥୁରାରେ କଂସ କୃଷ୍ଣ ନାମ ଭୟେ ହୁଏ ନିତି ହରବର ।।


ମୃତ୍ୟୁ ଡର ସତେ କେତେ ଭୟଙ୍କର କେତେ ଫନ୍ଦି କରେ କଂସାସୁର

ସବୁରେ ବିଫଳ ମନୋରଥ ଡର ଦିନୁ ଦିନ ଭୟେ ଭୟାତୁର  ।।


ପୁତ୍ରେଷ୍ଠି ଯଜ୍ଞର ଚରୁ ପ୍ରଭାବରେ ଦଶରଥ ପୁରେ ପୁତ୍ର ଜନ୍ମ

ପାଖରୁ ଅନ୍ତର ନକରନ୍ତି ରାଜା ତାଙ୍କ ଆଖିର ପିତୁଳା ଅଟେ ରାମ ।।


ବିଶ୍ଵାମିତ୍ର ଯଜ୍ଞ ରକ୍ଷାର୍ଥେ ରାଜାଙ୍କୁ ମାଗିଦେଲେ ରାମ ଲକ୍ଷ୍ମଣ

ଭୟେ ଦଶରଥ ଅତ୍ୟନ୍ତ ବିକଳେ ଭୁଲି ଗଲେ ନିଜ ସତ୍ୟ ପଣ ।।


ଯୋଗାଧିରାଜ ଯୋଗ ପୁରୁଷ ସେ କୈଳାସର ଅଧିପତି

ଯୋଗସନେ ଯୋଗମୁଦ୍ରାରେ ଆସିନ ହେଲେ ଯେବେ ଉମାପତି ।।


ଦେବତାଙ୍କ ଛଳେ କାମଦେବ ଭୋଳେ ଫୁଲ ଶରେ ଶରାହତ

ହୋଇ କ୍ରୋଦ୍ଧେ ହର ତୃତୀୟ ନେତ୍ରେ କଲେ ତାରେ ଭଷ୍ମି ଭୂତ ।।


ଶିବଙ୍କ କ୍ରୋଧର ଭୟେ ଦେବଗଣ ଶୈଳୀପୁତ୍ରୀ ପଦାମ୍ଵୁଜେ

ଶରଣ ପସିଲେ ରକ୍ଷାକର ଦେବୀ ଆତୁରେ ଦେବତା ସର୍ବେ ।।


ଶଙ୍କର ମନ ମୋହିନୀ ଦକ୍ଷପୁତ୍ରୀ ସମ୍ଭ୍ରମତା ଭରେ ଭୟରେ

ଶଶାଙ୍କ ଶେଖର ମନକୁ ମୋହିଲେ କ୍ରୋଧ ଶାନ୍ତହେଲା ଅଚିରେ ।।


ଦେବଗଣ ଲଙ୍କରାଜନ ଭୟରେ ପରିଚାର ସମ ଖଟନ୍ତି

ଭୟ ଦୂର କାରି ବ୍ରହ୍ମାଣ୍ଡ ଠାକୁର ମାନବ ରୂପରେ ଜନ୍ମନ୍ତି ।।


ସେତ ମାୟାଧର ପାପଭୟ ଦୂର କରନ୍ତି ଜନ୍ମ ଜନ୍ମାନ୍ତର

ଅଭୟ ଚରଣେ ଶରଣ ପସୁଛି ମୋର ଭବ ଭୟ ଦୂର କର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍