STORYMIRROR

Naba Kumar Das

Others

3  

Naba Kumar Das

Others

ଭୂତ ଦେଖିଛ କି?

ଭୂତ ଦେଖିଛ କି?

1 min
409



କେହି ଦେଖିଛ କି ଭୂତ 

ନା ଦେଖି ନାହାନ୍ତି ବୋଧେ 

ମୁଁ କିନ୍ତୁ ଦେଖିଛି... 

ଭୂତ ଏଠି ସେଠି ସବୁଠି ଅଛି 

ସେ ରହିଛି.... 

ଅନେକ କୋଳାହଳରେ 

କେତେ କେତେ ଅବୁଝା ସ୍ୱରରେ 

ମାଡପିଟ କରୁଥିବା ସେଇ ସୈତାନ ଲୋକମାନଙ୍କ ଭିତରେ


ଭୂତ ପୁଣି ରହିଛି  

ଦୁର୍ଘଟଣାରେ ଛଟ ପଟ ହେଉଥିବା 

ଲୋକକୁ ଦେଖି ଅଣଦେଖା କରୁଥିବା ଲୋକଙ୍କ ଭିତରେ 

ମଜାରେ ଫୋଟୋ ଉଠାଉଥିବା 

ବ୍ୟକ୍ତିଙ୍କ ଠାରେ.... 


ସେ ଭୂତକୁ ପୁଣି ମୁଁ ଦେଖେ 

ବିଶ୍ୱାସରେ ବିଷ ଦେଇ 

ପ୍ରତାରଣାର ବୀଜ ରୋପଣ କରି... 

ବୃକ୍ଷର ପ୍ରତେକ ଡାଳରେ ଦୁଃଖ, ଯନ୍ତ୍ରଣାକୁ ଛନ୍ଦି ଥିବା 

ପ୍ରେମିକ ପ୍ରେମିକାଙ୍କ ଠାରେ


ସେ ଭୂତକୁ ବି ଦେଖିଛି 

ବନ୍ଧୁତାର ପରିସୀମାକୁ ନ ବୁଝି 

ଶତ୍ରୁତାର ଜାଲ ବିଛାଇ 

ପ୍ରତି ମୁହୂର୍ତ୍ତରେ ସ୍ୱାର୍ଥର ନିଆଁ ଜଳାଇ... 

କୁଟିଳ ମାୟାରେ ଆଛନ ସ୍ୱାର୍ଥପର ବନ୍ଧୁଙ୍କ ଭିତରେ.... 


ମୁଁ ପୁଣି ଭୂତକୁ ଦେଖିଛି 

ଲାଜର ଅଳଙ୍କାରକୁ ନ ପିନ୍ଧି 

ଲଜ୍ୟାକୁ ଖାତିର ନକରି 

କୁଳବଧୂରୁ କୁଳଟା ସାଜୁଥିବା 

ସେଇ ସଂସ୍କାର ହୀନ ବଧୂଙ୍କ ଠାରେ.... 


ଆହୁରି ମଧ୍ୟ ଭୂତକୁ ଦେଖିଛି 

ପ୍ରାପ୍ତ ପରିଚୟର ମୂଲ୍ୟ ନ ବୁଝି 

ରକ୍ତର ରଙ୍ଗକୁ ନ ପଚାରି 

ସ୍ତ୍ରୀ କଥାରେ ମାତି ଯାଇ 

ପିତା ମାତାଙ୍କୁ ଅବହେଳା କରୁଥିବା

ପ୍ରତେକ କୁଳାଙ୍ଗାର ପୁଅ ମାନଙ୍କ ଭିତରେ...... 

ଏମିତି ଅନେକ ଠାରେ..... 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍