ଭୂଲଟିଏ କଲି
ଭୂଲଟିଏ କଲି
1 min
13.6K
ପାଖୁଡା - ବାର
ପ୍ରିୟ ସଖୀର ଅନ୍ୟ ସଖୀମାନଙ୍କ ସହିତ କଥୋପକଥନ-
ତୁମ କଥା ଭାବି ଝୁରୁଛନ୍ତି ରାଇ
ତେଜିଲେ ଦିବା ଆହାର
ଶ୍ରାବଣ ବରଷା ମଉଳାଏ ଆଶା
ଭିଜେନା ତାଙ୍କ ଶରୀର
ମରମର ଦାହ
କେ ବୁଝିବ କୁହ
ବୁଝିବା ଜନେ ଦ୍ରୋହୀ ହେଲି...1 ।
କେଡ଼େ ଭୁଲଟିଏ କଲି,
ଏଇ ପରା ଅଛି ଏଇ ପରା ନାହିଁ
କିଆଁ ଏତେ ଅଭିମାନ
ତାଙ୍କ ବଡ ପଣେ କ୍ଷମା ନିଜ ଜନେ
ଭୁଲିଲେ କି ଚନ୍ଦ୍ର ବଦନ
ସେ ଯେ ବାଙ୍କ ଚୁଲିଆ
ଗୋପ ପୁର ନାଟୁଆ
ସଖି ଚାଲ ବୁଝାଇବା ବିଚାର କଲି
କେଡ଼େ ଭୁଲଟିଏ କଲି
ବୁଝି ନ ପଚାରି
ମନେ ନ ବିଚାରି
ମନ ଖୋଲି କହିଦେଲି.....2।
କଲ୍ୟାଣୀ ନନ୍ଦ
ଫକୀର ମୋହନ ସାହିତ୍ୟ ପରିଷଦ, ବାଲେଶ୍ୱର
