ଭୂଲ ଠିକଣା
ଭୂଲ ଠିକଣା
1 min
11.4K
ଲହୁ ଲୁହାଣ ଦେହ, ଖାଲି ଯନ୍ତ୍ରଣା,
ଆଉ ଯନ୍ତ୍ରଣା
କୀଟ ପତଙ୍ଗପରି ଅଗ୍ନିକୁ ଝାସ
ରାସ୍ତା ମଝିରେ ଟଣା ଓଟରା
ପାଦଚଲା ଦିଚକିଆ ଚାଳକଙ୍କ ଭିଡ଼ l
ଵିଦ୍ରୁପ ଥଟ୍ଟା ମଜା ,
ଵାଟ ଭାଙ୍ଗି ଯେଝା ଵାଟରେ ଯେଝେ
ମଦୁଆଟା, ଧୀକ୍ ଜୀବନ
ଚାଲେ ପୁଣି ଟଣା ଓଟରା
ଫିଙ୍ଗା ଫୋଫଡା
ରାସ୍ତା ପାଲଟେ ରଣକ୍ଷେତ୍ର l
ହଠାତ ସଵୁ ଚୁପ ଚାପ,
ପିସିଆର ର ଉଚ୍ଚା ସାଇରନ
ଜାକିଜୁକି ରାସ୍ତାକଡ଼ରେ,
ମହିଳା ଜଣଙ୍କ ସଫେଇ
ସେ ଅସୁସ୍ଥ,ସେ ଅସୁସ୍ଥ
ପତି ପରମେଶ୍ଵର ,
ଘଟଣାର ନୂଆ ମୋଡ଼
ରାସ୍ତା କଡ଼ରୁ ଘୁଙ୍ଗୁଡ଼ି ଶଵଦ
ରିକ୍ସା ଡ଼କରା, ଭିଡ ଭିତରୁ କାହାସ୍ଵର ,
ଏ ଲୋକହସା କଣ ଭଲ ଲାଗୁଛି ?
ରୋକଠୋକ ଉତ୍ତର
ମୁଁ ଭଲପାଇଛି ,ମୁଁ ଭଲପାଇଛି।
