ଭୂବନମୋହିନୀ ମା'
ଭୂବନମୋହିନୀ ମା'
ଜଗତ ଜନନୀ ମା'କୁ
କିଏ ଡାକେ ସିଂହବାହିନୀ
କିଏ କହେ ମହିଷାମର୍ଦ୍ଧିନୀ
ସେ ଶକ୍ତିପ୍ରଦାୟିନୀ, ଦୁର୍ଗତିନାଶିନୀ
ଦୁର୍ଗା, ଅମ୍ବିକା, ଜୀବନଦାୟିନୀ,
ସବୁ ଗୋଟେ ଗୋଟେ ମା'ର ନାଁ
ରୂପରେ ସେ ଭୂବନମୋହିନୀ |
ହେ! ତ୍ରଲୋକ୍ୟର ମହାଦେବୀ
ଶାରଦୀୟ ଧରା ବକ୍ଷେ
ପାର୍ବଣର ମହୋତ୍ସବ ଆସିଛି,
ତୁମ ଆରାଧନା ପାଇଁ
ମୃଣ୍ମୟର ମୂର୍ତ୍ତି ଗଢ଼ାହୋଇ
ସିଂହାସନ ହେଲାଣି ପ୍ରସ୍ତୁତ
ତୁମେ ଉଭାହୁଅ ଆମ ପାଖେ,
ଦେବଗଣ ବି ଆକାଶରେ ଏକତ୍ରିତ
ଗାଇବାକୁ ଅବାହନୀ ମନ୍ତ୍ର |
ମାଟି, ଆକାଶ, ପାଣି, ପବନରେ
ସବୁଠି ତାଙ୍କ ସତ୍ତା ଭରି ରହିଛି
ତଥାପି ମା'ପାଇଁ ମଣ୍ଡପ ଗଢ଼ି
ସୁସଜ୍ଜିତ ପୂଜା ମଣ୍ଡପରେ
ଯଜ୍ଞର ଆବାହନ ମନ୍ତ୍ରରେ
ମା'ର ଆରାଧନା ଚାଲିଛି,
ସାରା ବାୟୁମଣ୍ଡଳ କମ୍ପୁଛି
ଦର୍ଶନ, ଶ୍ରବଣ ଓ ମନନରେ
କାମନା, ବାସନା ଯେତେସବୁ
ଗୋଟି, ଗୋଟି ସବୁ ସ୍ୱାହା ହେବ,
ଦିବ୍ୟ ଆନନ୍ଦର ପ୍ରଭାବରେ
ଚାରିଆଡ଼ ଅମୃତମୟ ହୋଇ
ମା', ମା' ନାମ ଝଙ୍କୃତ ହେବ |
ତୁମ ଆଲୋକର ତର୍ପଣ ପାଇଁ
ମୁଁ ବି ପ୍ରସ୍ତୁତ ହୋଇ ରହିଛି
ମୋହ, ମାୟା ମୁକ୍ତ ହେବା ପାଇଁ
ମୋ ଦ୍ୱାର ଖୋଲା ରଖିଛି
ଆସ ମା' ହୃଦୟ ସିଂହାସନେ ବସ
ମୋର ଇଛା ପୂର୍ଣ୍ଣ କର |
ମୋ ମନର ସାରଥୀ ହୋଇ
ଆଗକୁ ଯିବାର ବାଟ ବତାଅ
ଭିତରର ମହିଷାସୁରକୁ ବଦ୍ଧ କରି
ମୋତେ ତୁମେ ଦର୍ଶନ ଦିଅ |
ଏ ଧରା ଅପେକ୍ଷାରେ ରହିଛି ଦେଖିବାକୁ
କେମିତି ଆଲୋକରେ ଝଲସିବ
ତୁମ ଭୂବନମୋହିନୀ ରୂପ,
ମୃଣ୍ମୟ ମୂର୍ତ୍ତିରେ ମା' ତୁମେ ଦର୍ଶନ ଦିଅ |
