STORYMIRROR

Banalaxmi Mohanty

Others

3  

Banalaxmi Mohanty

Others

ଭଉଁରୀ

ଭଉଁରୀ

1 min
245


ପିଲାଦିନ ଆଜି ହୋଇଛି ଅତୀତ

   ଚକା ଭଉଁରୀର ଖେଳ

କେତେ ଆନନ୍ଦରେ କଟୁଥିଲା ଦିନ

   ସାଙ୍ଗ ସାଥିଙ୍କର ମେଳ।। 


ଏବେ ସଂସାରର ଭଉଁରୀରେ ପଡି

   ଜୀବନ ପାଉନି ଥଳ

କେତେବେଳେ ସୁଖ କେତେବେଳେ ଦୁଃଖ

    ନିୟତି ଖେଳଇ ଖେଳ।। 


ଏ ବିଶ୍ୱ ରୂପକ ଭବ ସାଗରରେ

   କରୋନା ଭଉଁରୀ ସାଜି

କେତେ ସଂସାରକୁ ଉଚ୍ଛନ୍ନ କରୁଛି

   ଜୀବନ ଲାଗଇ ବାଜି।। 


କାଳର କରାଳ ଭଉଁରୀରେ ପଡି

   ବିଜ୍ଞାନୀ ମନୁଷ୍ୟ ଆଜି

କରୋନା ରୋଗଠୁ ମୁକୁଳି ପାରୁନି

   ବୁଦ୍ଧି ଯାଉଛି ତା, ହଜି।। 


ଏହି ଭଉଁରୀରୁ ଉଦ୍ଧରିବା ପାଇଁ 

   କଳା ନାଉରୀକୁ ସ୍ମର

ପ୍ରଭୁ ଦୟାମୟ ମଙ୍ଗଳ ଆଳୟ

   କରିବେ ଭବୁ ଉଦ୍ଧାର।। 





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍