STORYMIRROR

Sagar Kumar Parida

Others

3  

Sagar Kumar Parida

Others

ଭଉଣୀ

ଭଉଣୀ

1 min
229

ଭଉଣୀ ମୋର ଭାରି କର୍ମଠ

ନୁହେଁ ସେ ଅଳସୁଆ,

ଭାଇର ପାଇଁ ଭଉଣୀଟିଏ

ଅମୂଲ୍ୟ ରତ୍ନ ପରା।।


ମାଆକୁ ମୋର ରୋଷେଇ କାର୍ଯ୍ୟେ

ସାହାଯ୍ୟ କରିଥାଏ,

ବାପାଙ୍କର ସେ ଗେଲେହି ଝିଅ

ସର୍ଵଦା ହୋଇଥାଏ।।


ତା ସାଥେ ମୁହିଁ ବାଳୁତ କାଳେ

ଖେଳିଛି କେତେ ଖେଳ,

ହାତରେ ମୋର ବାନ୍ଧେ ସେ ରାକ୍ଷୀ

କରି ଭାରି ଆଦର।।


ଦେହ ମୋହର ଅସୁସ୍ଥ ବେଳେ

ମାଆ ସାଥିରେ ମିଶି,

ସେବାରେ ମୋର ଲାଗଇ ସିଏ

ସେବାର ପ୍ରତିମୂର୍ତ୍ତି।।


ମାମୁଁ ଘରକୁ ଗଲା ବେଳରେ 

ଖାଇବା ପାଇଁ ଆମେ,

ମାଆ ପାଖରେ ଅଳି ଅଝଟ

କରୁଥିଲୁ ଯେ ଦିନେ।।


ଭଉଣୀ ଯା'ର ନାହିଁ ସଂସାରେ

ସେହିଟି ହାତଭାଗା,

ଭଉଣୀ ସ୍ନେହ ସରଗ ସୁଖ

ତା ଭାଗ୍ୟେ ନାହିଁ ଲେଖା।।


ନିଜ ଭଉଣୀ ଯେପରି ଅଟେ

ଆମ ପାଇଁ ଅମୂଲ୍ୟ,

ଅନ୍ୟ ଭଉଣୀ ସେପରି ଅଟେ

ତା ପାଇଁ ଅମୂଲ ମୂଲ୍ୟ ।।


ଝିଅ ଜନମ ପର ଘରକୁ

ସଂସାରେ ଶୁଣାଯାଏ,

ସେହି ନ୍ୟାୟରେ ଭଉଣୀ ମୋର

ତା ଶାଶୁଘରେ ରୁହେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍