STORYMIRROR

ସନାତନ ଦାସ

Others

3  

ସନାତନ ଦାସ

Others

ଭଉଣୀ ସେ

ଭଉଣୀ ସେ

1 min
289

ମାଆ ର ଅଭାବକୁ ପୂରଣ କରେ ସେ,

ବାପାଙ୍କ ଅଲି ଅଳି ରାଜକୁମାରୀ ସେ,

ମୋ ସ୍ନେହ ସରାଗ ରେ ଭାଗ ବସାଏ ସେ,

ଭାରି ଅଭିମାନୀ ମୋ ଭଉଣୀ ସେ !!


ରାକ୍ଷୀ ର ଡୋର ବାନ୍ଧି ସମ୍ପର୍କ କୁ 

ମଜବୁତ୍ କରେ ସେ,

ଭାଇ ପାଇଁ ଦୁନିଆ ସହ ଲଢେ ସେ,

ମାଆ ର ସାହସ ସେ ବାପାଙ୍କ ନୟନ ପିତୁଳି ସେ,

ରାଗିଥିଲେ ମୁଁ ଅତି ଯତନ ରେ

 ଖୁଆଇ ଦିଏ ସେ !!


ପର କରି ଶାଶୁଘର ଚାଲି ଯାଏ,

ହୃଦୟରୁ ଖଣ୍ଡେ ଭାଙ୍ଗିଦେଇ 

ସ୍ନେହ ମମତାର ଡୋରି ସେ,

ଭାଇ ଠାରୁ ବିଦାୟ ନେଇ ମୁହଁ ବୁଲାଇ,

ଅଞ୍ଜୁଳି ଚାଉଳ ହାତରେ ଫିଙ୍ଗି,

ରାକ୍ଷୀ ର ଡୋର କୁ ଦେଇ ପିନ୍ଧାଇ

ରାଜକୁମାରୀ ର ମୁକୁଟ ଥୋଇ,

ମା ର ସାହସ ହରେଇ,

ଚାଲି ଯାଏ ଆମ କୁ ନିଜ ଠୁ ଦୂରେଇ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍