STORYMIRROR

Santosh Pattnayak

Others

3  

Santosh Pattnayak

Others

ଭଉଣୀ ରାକ୍ଷୀର ମାନ

ଭଉଣୀ ରାକ୍ଷୀର ମାନ

1 min
43

ସ୍ନେହ ମମତାର ସମ୍ପର୍କକୁ ନେଇ

   ଆସିଛି ରାକ୍ଷୀ ବନ୍ଧନ

ଭଉଣୀ ହାତରୁ ରାକ୍ଷୀ ବାନ୍ଧିବାକୁ

    ବ୍ୟାକୁଳ ଭାଇର ମନ

    ସ୍ନେହ ବନ୍ଧନେ ଜୀବନ

ଭାଇଟି ହୋଇବ ସୁରକ୍ଷା କବଚ 

    ରଖିବ ଭଉଣୀ ମାନ ....୧


ସୁତା ଖିଅଟିଏ ଏ'ରାକ୍ଷୀର ଡୋରି

     ସମ୍ପର୍କକୁ ରଖେ ବାନ୍ଧି

ବିପଦେ ଆପଦେ ସାହା ହେବ ବୋଲି

    ବିଶ୍ୱାସରେ ମନ ବନ୍ଦୀ

    ସେନେହର ଇଏ ସ୍ମୃତି 

ସୁଖ  ସୌଭାଗ୍ୟର କାମନାକୁ ନେଇ 

   ଭାଇ ଭଉଣୀଙ୍କ ଚୁକ୍ତି .... ୨


ମମତାର ରଙ୍ଗ ଏ'ରାକ୍ଷୀ ବନ୍ଧନ

    ଭାଇ ଯାଉଥାଏ ଧାଇଁ

ସୁନା ଭଉଣୀର ସେନେହ କାଙ୍ଗାଳ

     ରକ୍ତର ଡ଼ାକରା ଏଇ 

     ସୁରକ୍ଷା କବଚ ନେଇ 

ଜଗା ବଳିଆର ଶୀରି ବଢ଼ାଉଚି

   ଭଉଣୀ ସୁଭଦ୍ରା ଦେଈ .... .୩


ଶୁଭ ମୂହୁର୍ତ୍ତରେ ଆସିଛି ଏଦିନ

   ପରମ୍ପରା ସାଥେ ଧରି 

ସମର୍ପଣ ମନେ ଭଗିନୀ ବାନ୍ଧିବେ

   ସମ୍ପର୍କର ସୂତା ଡ଼ୋରୀ 

    ଭୁଲି ଅଙ୍କ ଅଭିମାନ 

 ପ୍ରତିଦାନେ ଭାଇ ରଖିଛି ରଖିବ 

   ଭଉଣୀ ରାକ୍ଷୀର ମାନ ....୪


Rate this content
Log in