ଭୁଲଟିଏ କଲି
ଭୁଲଟିଏ କଲି
1 min
14.2K
ପାଖୁଡା-ଏଗାର
*****
ଚାଲ ,,,, ଚାଲଗୋ ସଖି
କରନା ସଜଳ ଆଖି
କରିଛନ୍ତି ମାନ ବୃନ୍ଦାବନ ମଦନ
ରାଇ ପ୍ରୀତିକୁ ଉପେକ୍ଷି
ନାହିଁ ହାତେ ବଂଶୀ
ସେ ବରଜ ଶଶୀ
ରୂପ ଦେଖି ଚମକିଲି
ଚାଲ ଚାଳଗୋ,,,,,,।1।
ମୁ କେଡ଼େ ଭୁଲଟିଏ କଲି
କହିବାକୁ ଲାଜ
ସେ ଶ୍ୟାମ ବରଜ
ଲିଭିଛି ହସ ଶ୍ରୀମୁଖରୁ
ସେ ଚନ୍ଦ୍ର ବଦନ
କାମ ଜିଣା ମନ
ମଳିନ ତାଙ୍କ ଆଚରଣରୁ
କଦମ୍ବ ମୂଳରେ
ଏକାଳୀ ଆତୁରେ
ଦେଖିବା ଅଛନ୍ତି କିଭଳି
ଚାଲ ଚାଲଗୋ
ମୁଁ କେଡ଼େ ଭୁଲଟିଏ କଲି
ବୁଝି ନ ବିଚାରି
ମନେ ନ ବିଚାରି
ସତ ଖୋଲି କହିଦେଲି
ମନକଥା ଖୋଲି କହିଦେଲି ।2
