Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalyani Nanda

Others

2  

Kalyani Nanda

Others

ଭୁଲଟିଏ କଲି ପାଖୁଡା-ଚାରି

ଭୁଲଟିଏ କଲି ପାଖୁଡା-ଚାରି

1 min
6.7K


ପାଖୁଡା - ଚାରି

ନିଜ ମନକୁ


ମନ ଅମାନିଆ ହୋଇଲା ଛାନିଆଁ

ଆଗ ପଛ ନ ଭାବିଲା

ଦେଖିଲା ମାତ୍ରକେ କହିଲା ଅଳ୍ପକେ

ନିଜକୁ ହାଲୁକା କଲା

କହିଦେଲି ମୂଳ

କି ହୋଇବ ଫଳ

ମୁଁ ଛାର ଥରେ ନ ଭାବିଲି....

କେଡ଼େ ଭୁଲଟିଏ । କଲି.....।1।


ତୋତେ ସଖି ପଣେ ଭାବିଥିଲି ଦିନେ

ଆଜି ଦେଲୁ ପର କରି

ଏ ଘଡି ସନ୍ଧିରେ ତୋ ଖିଆଲି ପଣରେ

ଭୋଗେ ତିଳ ତିଳ କରି

କେଉଁ ଜନମର

କେଉଁ କରମର

କି ପାପ ମୁଁ କରିଥିଲି,,,।2।


ମୁଁ କେଡ଼େ ଭୁଲଟିଏ କଲି ଲୋ ସଜନୀ

କେଡ଼େ ଭୁଲଟିଏ କଲି

ବୁଝି ନ ପଚାରି

ମନେ ନ ବିଚାରି

ମନ ଖୋଲି କହିଦେଲି

କେଡ଼େ ଭୁଲଟିଏ କଲି। ।।।


କଲ୍ୟାଣୀ ନନ୍ଦ

ଫକୀର ମୋହନ ସାହିତ୍ୟ ପରିଷଦ,ବାଲେଶ୍ୱର


Rate this content
Log in