ଭୁଲଟିଏ କଲି (ପାଖୁଡା - ୭)
ଭୁଲଟିଏ କଲି (ପାଖୁଡା - ୭)
1 min
13.9K
ଭୁଲଟିଏ କଲି
ମୋ ଲୁହକୁ....
ଆପଣାର ବୋଲି ତୋତେ ଭାବିଥିଲି
ମୋତେ ଚେତାଇ ନ ଦେଲୁ
ମନ ବାଢି ଦେଲେ କେ ବୁଝିବ ହେଳେ
ତୁନିହୋଇ ସବୁ ଶୁଣିଲୁ
ପାଇଥିଲି ସାଥି
କରିଥିଲି ପ୍ରୀତି
ଝରଣାଟେ ହୋଇଥିଲି....
କେଡ଼େ ଭୁଲଟିଏ କଲି......।1।
ନିଶି ଉଜାଗରେ ତୁ ଥିଲୁ ସାଥିରେ
ନୀରବରେ ଗଲୁ ଝରି
ପଣତ ଭିଜିଲା ଆଖି ଫୁଲିଗଲା
ଛାତି ଉଠୁଥିଲା ଥରି
ଆଖି ତଳ ପତା
ବୁଝିଲାନି ବଥ।
ସବୁ ସୁଖ ବିକି ଦେଲି....
କେଡ଼େ ଭୁଲଟିଏ କଲି.....।2।
କଲ୍ୟାଣୀ ନନ୍ଦ
ଫକୀର ମୋହନ ସାହିତ୍ୟ ପରିଷଦ.ବାଲେଶ୍ୱର
