STORYMIRROR

Kalyani Nanda

Others

3  

Kalyani Nanda

Others

ଭୁଲଟିଏ କଲି( ପାଖୁଡା -୧୧ )

ଭୁଲଟିଏ କଲି( ପାଖୁଡା -୧୧ )

1 min
13.4K


ମୋ ସପନକୁ....

ଦେଖିଲି ସପନ ରାତିରେ ସେଦିନ

ସବୁ ସୁଖ ମୋତେ ଦେଉଛ

ନେବି କି ନେବିନି ଭାବି ଭାବି ମୁଁ ଶୋଇନି

ମୋ ମୁହଁ ଚାହିଁ ତୁମେ ହସୁଛ

ଦେଖି ସେ ଆନନ

ଆହେ ସଖିଗଣ

ଆଖି ଖୋଲି ଚାହିଁ ଦେଲି..

କେଡ଼େ ଭୁଲଟିଏ କଲି.......।1।

କ୍ଷୁଦ୍ର ଖଦ୍ୟୋତିକା କ୍ଷଣିକ ଜୀବନ

ପ୍ରଭୁ ମୋତେ ଦେଇଛନ୍ତି

ବାମନ ହୋଇ କି ହାତ ଚନ୍ଦ୍ରମାକୁ

ବଢ଼ାଇବି ବା କେମିତି

ନିଜ ଆଲୁଅରେ

ସମୟ ଛାଇରେ

ପାଗଳି ପରାଏ ସାଜିଲି....

କେଡ଼େ ଭୁଲଟିଏ କଲି........।2।

କେଡ଼େ ଭୁଲଟିଏ କଲି ଲୋ ସଜନୀ

କେଡ଼େ ଭୁଲଟିଏ କଲି

ବୁଝି ନ ପଚାରି

ମନେ ନ ବିଚାରି

ମନ କଥା କହିଦେଲି

ସତ ଖୋଲି କହିଦେଲି....

କଲ୍ୟାଣୀ ନନ୍ଦ

ଫକୀର ମୋହନ ସାହିତ୍ୟ ପରିଷଦ,ବାଲେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍