STORYMIRROR

Kalyani Nanda

Others

3  

Kalyani Nanda

Others

ଭୁଲଟିଏ କଲି (ପାଖୁଡା -୧୦)

ଭୁଲଟିଏ କଲି (ପାଖୁଡା -୧୦)

1 min
13.2K


ଦୂତ ପଣେ ସଖି.......

ତୁମେ ପ୍ରାଣ ସଖି ମୋ ମନ ବନ ପକ୍ଷୀ

ଯାଅ ହେ କହିବ ପ୍ରାଣଧନଙ୍କୁ

ତାଙ୍କ ପ୍ରାଣ ପ୍ରିୟା ହେଲାଣି ଅଥୟା

ଝୁରି ଝୁରି ତାଙ୍କ ରୁପକୁ

ସେ ମନ ମୋହନ

ଚିତ୍ତ ଚୋରା ପ୍ରାଣ

ଚିତ୍ତ ବିତ୍ତ ତାଙ୍କୁ ବିକିଦେଲି......

କେଡ଼େ ଭୁଲଟିଏ କଲି......। 1 ।

ଦିବସ ଶର୍ବରୀ ଏକ ଅଛି କରି

ଆନ କେ ମୋତେ ଦିଶେନା

ହେଲିଣି ପଥର ସେ ଶ୍ୟାମ ନାଗର

ନ ବୁଝିବେ ମୋ ବେଦନା

କେମିତି ଅଛନ୍ତି

କିବା ଋଷିଛନ୍ତି

ତାଙ୍କ ପ୍ରେମ ପାଶେ ମୁଁ ହାରିଲି.....

ମୁଁ କେଡ଼େ ଭୁଲଟିଏ କଲି

ଲୋ ସଜନୀ

କେଡ଼େ ଭୁଲଟିଏ କଲି

ବୁଝି ନ ପଚାରି

ମନେ ନ ବିଚାରି

ମନ କଥା ଖୋଲି କହିଦେଲି

ଲୋ ସଜନୀ

କେଡ଼େ ଭୁଲଟିଏ କଲି.....

କଲ୍ୟାଣୀ ନନ୍ଦ

ଫକୀର ମୋହନ ସାହିତ୍ୟ ପରିଷଦ. ବାଲେଶ୍ଵର


Rate this content
Log in