STORYMIRROR

Kumudabandhu Naik

Others

3  

Kumudabandhu Naik

Others

ଭୁଲି ଯାଇଛି ମୁଁ

ଭୁଲି ଯାଇଛି ମୁଁ

1 min
102

ଜୀବନ ସନ୍ଧ୍ୟାରେ ପଚାରିଲି ଦିନେ,

     ତୁନି ତୁନି ଅତୀତକୁ।

ଅତୀତ ଦିନର କାହାଣୀ ଆମର

     ମନେ ଅଛି କି ତୁମକୁ।

ମୁଖ ମଣ୍ଡଳ ତା ନାଳି ପଡିଗଲା,

     ଭରି ଆସିଥିଲା ଆଖି।

ପ୍ରକମ୍ପିତ ଶ୍ବରେ କହିଥିଲା ମତେ,

     ଏପାଖ ସେପାଖ ଦେଖି।

ବିଗତ କଥା ମୋ ମୋଟେ ନାହିଁ ମନେ,

     ସବୁ ମୁଁ ଯାଇଛି ଭୁଲି।

ତୁମ ମଧ୍ୟ କିଛି ମନେ ନାହିଁ ବୋଲି,

     ମୋ ମନେ ମୁଁ ଭାବୁଥିଲି।

ଆମ୍ବ ଗଛ ଡାଳେ ଦୋଳି ଖେଳୁଥିଲ,

     ଖେଳୁଥିଲେ ଲୁଚକାଳି।

ଲୁଣ ଲଙ୍କା ସଙ୍ଗେ,କସି ଆମ୍ବ ଖିଆ

     ସବୁ ମୁଁ ଯାଇଛି ଭୁଲି।

ସେହି ନଈକୂଳ ,ସେହି ଝାଉଁ ବଣ,

     ସେ ସନ୍ଧ୍ୟା କାଳିନ ଭେଟ।

ଦିନେ ନ ଦେଖିଲେ ଏକ ଆରେକକୁ,

     ହେଉଥିଲେ ଛଟପଟ।

ଘର ଲୋକ ଜାଣି ଦେଉଥିଲେ ଗାଳି

     କାନ୍ଦୁ ଥିଲେ ତୁନି ହୋଇ।

ସବୁକିଛି ମୁହିଁ ଯାଇ ଅଛି ଭୁଲି,

    କିଛି ମୋର ମନେ ନାହିଁ।

ଫଟୋ ଉଠେଇବା ବାହାନାରେ ଦିନେ

    ଯାଉଥିଲେ ସହରକୁ।

ସାଇକେଲ ତୁମ ଖାତରେ ପଡିଲା,

      ପଡିଲେ ଦୁହେଁ ତଳକୁ।

ଆଣ୍ଠୁ ଗଣ୍ଠି ତମ ଜଖମ ହୋଇଲା

     ଅଣ୍ଟାରେ ମୋର ଆଘାତ।

ଛୋଟେଇ ଛୋଟେଇ ଚାଲୁଥିଲ ତୁମେ,

     ଅଣ୍ଟା ମୋର ଥିଲା ନତ।

ଏଇ ସବୁ ବୋଧେ ଆଗୁ ହୋଇନାହିଁ,

      ଲାଗେ ଗତ କାଲିଭଲି।

ସେବେଳେ ଯାହେଲା କିଛି ନାହିଁମନେ,

     ସବୁ ମୁଁ ଯାଇଛି ଭୁଲି।

ଭୁଲି ମୁଁ ନଥାନ୍ତି କହତ କିପରି,

     ସମାଜ ହେଲା ବଇରୀ।

ବାଧ୍ୟ ହୋଇ ମୁହିଁ ଅନ୍ୟ ହାତ ଧରି,

     ଘରୁ ବା ଥିଲି ବାହାରି।।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Kumudabandhu Naik

ଭାବନା

ଭାବନା

1 min ପଢ଼ନ୍ତୁ

ହୄଦୟ

ହୄଦୟ

1 min ପଢ଼ନ୍ତୁ

ହୄଦୟ

ହୄଦୟ

1 min ପଢ଼ନ୍ତୁ

ଅଧମ

ଅଧମ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଆଶା

ଆଶା

1 min ପଢ଼ନ୍ତୁ

ବାଲ୍ୟ

ବାଲ୍ୟ

1 min ପଢ଼ନ୍ତୁ