STORYMIRROR

pranati Mahapatra

Others

3  

pranati Mahapatra

Others

ଭୁଲି ପାରେନା (ବରଷା)

ଭୁଲି ପାରେନା (ବରଷା)

1 min
210

ସଭିଙ୍କ ଭରସା ଅତି ଆପଣାର

ଧରଣୀ ମାତାର ତୁହି,

ତୋ ପରଶେ ଷଢ଼ମାସ ଉତ୍ତପ୍ତରୁ 

ଏ ଧରା ଶାନ୍ତି ଲଭଇ।

ଚଷା ଭାଇ ତୋର ଆଗମନ ବାର୍ତ୍ତା

ପାଇ କେତେ ହୁଏ ଖୁସି,

ଚାତକ ପରାୟ କ୍ଷେତେ ଖତ ବିଞ୍ଚି

ବୀଜ ଧରିଥାଏ ବସି।

ଅଭୁଲା ଅତୀତ ଖୁସି ଆଣେ ମନେ

ବରଷା କଥା ଭାବିଲେ,

ଚାଳପାଣି ପୁଣି ଗାଆଁ ଦାଣ୍ଡ ଜଳେ

କାଗଜ ଡଙ୍ଗା ଭାସେରେ।

ଛଣ ଗଦା ପଚି ଫୁଟିଥାଏ ଛତୁ

ବରଷା ପାଣି ପାଇଲେ,

ଗରମ ମୁଢିକୁ ବାଦାମ ଭଜାର

ମଜା କି କେବେ ମୁଁ ଭୁଲେ।

ଏଇ ବରଷାରେ ମୋ ଜୀବନ ସାଥି

ସାଥେ ହୋଇଥିଲା ଭେଟ,

ତା ସାଥିରେ ବସି ଲଣ୍ଠନ ଆଲୁଅରେ

ପଢୁଥିଲି ବସି ପାଠ।

ଗାଆଁ ସାଥିମେଳ ସେହି ପିଲାବେଳ

ବରଷା ସାଥିରେ ଯୋଡା,

ପିଲାବେଳ ସାଥି ସେହି ସମୟ ଆଜି

କେଜାଣି ହୁଏ ଅଲୋଡା।

ତଥାପି ବରଷା ସଭିଙ୍କ ଭରସା

ଆସୁଥିବୁ ତୋ ବେଳରେ,

ଦଗା ଦେଲା ସିନା ଜୀବନ ସାଥି ମୋ

ହେଲେ ଭୁଲି ପାରେନି ରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍